ଅଯୋଧ୍ୟା,|୦୭ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାକୁ ନେଇ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ସଦ୍ୟ ଘଟଣାରେ ପୂର୍ବତନ କେନ୍ଦ୍ର ଗୃହ ସଚିବ ଏସ୍ ଲକ୍ଷ୍ମୀନାରାୟଣନ ସଙ୍ଗିନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ମନ୍ଦିରରୁ ସୁନାଖଚିତ ରାମଚରିତ ମାନସକୁ ବି ଚୋରାଇ ନିଆଯାଇଛି । ଏହାର ମୂଲ୍ୟ ୫ କୋଟି ଟଙ୍କା ହେବ ।

ଲକ୍ଷ୍ମୀନାରାୟଣନ କହିଛତି ଯେ ସେ ୨୦୨୪ ଏପ୍ରିଲ ୮ରେ ରାମ ମନ୍ଦିର ଟ୍ରଷ୍ଟକୁ ୧୫୧ କିଲୋ ଓଜନର ରାମଚରିତ ମାନସ ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ରସିବ ତାଙ୍କୁ ଦିଆଯାଇ ନାହିଁ । ୩-୪ ମାସ ପରେ ଏହା ମନ୍ଦିରରୁ ଗାଏବ ହୋଇଯାଇଥିଲା। ରାମଚରିତ ମାନସର ୧୦୦୦ ପୃଷ୍ଠାରେ ୨୪ କ୍ୟାରେଟ ସୁନା ଆସ୍ତରଣ ଚଢ଼ାଯାଇଥିଲା । ପୂର୍ବତନ ଆଇଏଏସ୍ ଅଧିକାରୀ କହିଛନ୍ତି, ମୁଁ ଅଯୋଧ୍ୟା ପହଞ୍ଚିବା ପରେ ଚମ୍ପତ ରାୟ ମୋତେ ୯ ଘଣ୍ଟା ଅପେକ୍ଷା କରାଇଥିଲେ। ମୁଁ ତାଙ୍କୁ ହାଡ ଯୋଡ଼ି କହିଥିଲି, ଏହା ମୋ ଜୀବନର ପୁଞ୍ଜି । ରାମଚରିତ ମାନସକୁ ମନ୍ଦିରରେ ରଖଯାଉ। ଏହାପରେ ଚମ୍ପତ ରାୟ କହିଥିଲେ ତାଙ୍କ ପାଖକୁ ଅନେକ ଲୋକ ସୁନା ଅଳଙ୍କାର ଏବଂ ବିଭିନ୍ନ ପ୍ରକାର ସମଗ୍ରୀ ପଠାଇଛନ୍ତି। ସେ ସବୁକୁ ମନ୍ଦିରରେ ପ୍ରଦର୍ଶନ କରଯାଇ ପାରିବ ନାହିଁ ।

Also Read :- ବାଣୀବିହାର କେନାଲରେ ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଅନିଲଙ୍କୁ ଖୋଜାଯିବ

ଏପଟେ ରାମ ମନ୍ଦିର ଟ୍ରଷ୍ଟ ଜୁଲାଇ ୬ରେ ହେବାକୁ ଥିବା ବୈଠକର ଏଜେଣ୍ଡା ଶନିବାର ଜାରି କରିଛି। ଏଥିରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ସଂକ୍ରାତରେ ନିଷ୍ପତି ନିଆଯିବ। ଏହାଛଡ଼ା ଏଇଟିର ପ୍ରାରମ୍ଭିକ ରିପୋର୍ଟ ଏବଂ ମନ୍ଦିର ପରିଚାଳନା ସହ ଜଡ଼ିତ ବ୍ୟବସ୍ଥା ଉପରେ ବି ଚର୍ଚ୍ଚା ହେବ । ଅନ୍ୟପକ୍ଷରେ ଚମ୍ପତ ରାୟଙ୍କ ଇସ୍ତଫାକୁ ନେଇ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ କହିଛନ୍ତି, ଏତେ ବଡ଼ ଭଗବାନଙ୍କ ଦରବାରରୁ ଟୋରି କରି ଇସ୍ତଫା ଦେଇଦେଲେ ଛୁଟି ମିଳିଯିବ ନାହିଁ। ସରକାର ଯଦି ଏମାନଙ୍କୁ ଜେଲ ନ ପଠାନ୍ତି ତେବେ ଜନତା ଏମାନଙ୍କୁ ପିଟିବେ।

ମନ୍ଦିରରୁ ଚୋରି ଯାଇଥିବା ସୁନା ଅଳକାରଗୁଡ଼ିକୁ ସୁନା ବିସ୍କୁଟରେ ପରିଣତ କରାଯିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଏସଆଇଟି ଏହାର ତଦନ୍ତ କରୁଛି। ଅଧିକାରୀଙ୍କ ସବେହ ଯେ ଅଭିଯୁକ୍ତମାନେ ଧରାପଡ଼ିବା ଭୟରେ ଚୋରି ସୁନା ଅଳଙ୍କାରକୁ ବିସ୍କୁଟରେ ବଦଳାଇଛନ୍ତି । ଏହି ସନ୍ଦେହ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। କାରଣ ଅଭିଯୁକ୍ତଙ୍କ ଘର ଉପରେ ଚଡ଼ଉ କରାଯିବା ବେଳେ କୌଣସି ଚୋରି ଅଳଙ୍କାର ମିଳିନାହିଁ। ଅଧିକାରୀମାନେ ଶନିବାର ରାମ ମନ୍ଦିରରେ ପହଞ୍ଚି ପୂଜାର୍ଚନା କରିଥିଲେ। ଏହାପରେ ମନ୍ଦିର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ଦାନ ସାମଗ୍ରୀଗୁଡ଼ିକର ଭଣ୍ଡାର, ରକ୍ଷଣାବେକ୍ଷଣ ବାବଦରେ ଜେରା କରିଥିଲେ । ସେମାନେ ଏ ସବୁର ରେକର୍ଚ ମାଗିଛନ୍ତି ।

ରାମ ମନ୍ଦିରରୁ ଚୋରି ଅଭିଯୋଗ ହେବା ଦିନରୁ ପଞ୍ଜିକୃତ ବ୍ୟାଙ୍କଗୁଡ଼ିକରେ ଦାନ ଅର୍ଥ ଜମା ପରିମାଣ ବଢ଼ିଥିବା ଦେଖିବାକୁ ମିଳିଛି। ସୂତ୍ର ମୁତାବକ, ବ୍ୟାଙ୍କରେ ହାରାହାରି ଦୈନିକ ଜମା ଅର୍ଥ ୧୬ରୁ ୧୮ ଲକ୍ଷ ଟଙ୍କା ରହୁଥିଲା । କିନ୍ତୁ ଚୋରି ଅଭିଯୋଗ ହେବା ଦିନରୁ ଏହି ରାଶି ୨୪ରୁ ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି। ତେଣୁ ଦାନ ଅର୍ଥ ଚୋରି କରାଯାଉଥିବା ନେଇ ଏଥିରୁ ସଙ୍କେତ ମିଳିଛି ।