ଭୁବନେଶ୍ୱର ୧୫।୦୭ : ରଥଯାତ୍ରା ପାଇଁ ଆସିଲା ବଡ ଖୁସି ଖବର। ବୁଧବାର ସକାଳ ୧୧:୩୦ରୁ ପୁରୀ ଜିଲ୍ଲାରେ ବର୍ଷାର ପରିମାଣ ଧୀରେ ଧୀରେ କମିବାକୁ ଲାଗିବ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗ ସ୍ୱାଭାବିକ ରହିବ। ଏହାସହିତ ଗରମ ଗୁଳୁଗୁଳି ଅନୁଭୂତ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି SOA ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ ଆଶ୍ୱସ୍ତିର ଖବର। କାରଣ ଆଗାମୀ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ଏକତ୍ରିତ ହେବେ। ଆଗାମୀ ୩ ଦିନ ଧରି ପୁରୀରେ ଭଲ ପାଗ ରହିବ। ରଥ ଟାଣିବା ଏବଂ ଦର୍ଶନ କରିବା ପାଇଁ ଭକ୍ତମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେବେ ଖୁସି ଖବର ସହ ଗୋଟିଏ ସତର୍କ ସୂଚନା ମଧ୍ୟ ରହିଛି।

Also Read:-ସୃଷ୍ଟି ହେଲା ଲଘୁଚାପ: ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିବ, ଆଗାମୀ ୨ ଦିନ ଗୁରୁତ୍ୱପୂର୍ଣ୍ଣ

ସେହିପରି ଉତ୍ତର ଓଡିଶା ଏବଂ ପଶ୍ଚିମ ଓଡିଶାରେ ଆଗାମୀ ଦିନରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ଉତ୍ତର ଓଡିଶାର ବଡ ବଡ ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ। ତେଣୁ ସେହି ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Watch Video:-