ଭୁବନେଶ୍ବର ୨୨।୭: ମୌସୁମୀ ସକ୍ରିୟ । ରାଜ୍ୟର ବହୁ ଭାଗରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ୧୦ଟି ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆଠଗଡ଼ରେ ସର୍ବାଧିକ ୨୦୬ମିମି ବର୍ଷା ରେକର୍ଡ ହୋଇଛି ।

ବିଭିନ୍ନ ସ୍ଥାନରେ ରେକର୍ଡ ବର୍ଷାର ପରିମାଣ:

ଆଠଗଡ଼ – ୨୦୬.୦ ମିମି

ହାଟଡ଼ିହି – ୧୯୦.୨ ମିମି

ଗୁରୁଣ୍ଡିଆ – ୧୬୫.୦ ମିମି

ଖଇରା – ୧୩୯.୦ ମିମି

ଭଟଲି – ୧୨୪.୮ ମିମି

ତରଭା – ୧୨୪.୮ ମିମି

ଦେଓଗଡ଼ – ୧୨୩.୦ ମିମି

ରାଜଗାଙ୍ଗପୁର – ୧୧୩.୬ ମିମି

ଖଣ୍ଡପଡା – ୧୧୩.୬ ମିମି

ଔପଦା – ୧୦୬.୦ ମିମି

ସେପଟେ ବୁଧବାର ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକକୁ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟର ଅନ୍ୟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା କ୍ଷୀଣ ।