• ରାହୁଲ ଗାନ୍ଧି ନିଜକୁ ଜଣେ ମଜଭୁତ ବିରୋଧୀ ଦଳ ନେତା ଭାବେ ଗଢିବାକୁ ଚାହୁଁଛନ୍ତି, ଯିଏ ମୋଦି ସରକାରଙ୍କୁ ମୁହାଁ ମୁହିଁ ଜବାବ ଦେବାକୁ ସକ୍ଷମ ଥିବେ
  • ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ଗାନ୍ଧି ବିତର୍କ ପାଇଁ ଖୋଲା ଚ୍ୟାଲେଞ୍ଜ ଦେବା ଗ୍ରହଙ୍କ ଏହି ଚାଲ ସହ ମେଳ ଖାଉଛି
  • ୧୨-୧୬ ନଭେମ୍ବର ରାହୁଲ ଗାନ୍ଧିଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଏହି ସମୟରେ ସେ ଗଣମାଧ୍ୟମରେ ଶିରୋନାମା ହୋଇ ପାରନ୍ତି
  • ନଭେମ୍ବର ୨୦୨୬ରେ ରାହୁଲ ଗାନ୍ଧି ଅଧିକ ପଲିଟାକଲ ଫୋକସକୁ ଆସି ପାରନ୍ତି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ କୁଣ୍ଡଳିରେ ୧୨ ନଭେମ୍ବର ୨୦୨୬ରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ଜ୍ୟୋତିଷୀୟ ଗଣନା ଅନୁସାରେ ତାଙ୍କର ଏହି ସମୟ ଶାସକ ଦଳଙ୍କ ବିରୋଧରେ ରାଜନୈତିକ ଆପ୍ରୋଚ, କମ୍ୟୁନିକେସନ ଓ ରଣନୀତିରେ ପରିବର୍ତ୍ତନ ଆଣିପାରେ। ବୃହସ୍ପତି, ବକ୍ରି ବୁଧ ଓ ଦୁର୍ବଳ ମଙ୍ଗଳଙ୍କ ପ୍ରଭାବ ନରେନ୍ଦ୍ର ମୋଦିଙ୍କ ସରକାର ସହିତ ରାହୁଲଙ୍କ ରାଜନୈତିକ ଓ ଆଇନଗତ ଲଢେଇକୁ ଆକାର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ। ଏଣୁ ନଭେମ୍ବର ୨୦୨୬ ରାହୁଲ ଗାନ୍ଧିଙ୍କ ରାଜନୈତିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ସାବ୍ୟସ୍ତ ହୋଇପାରେ।

ଦିଲ୍ଲୀ ରାମଲିଳା ମୈଦାନରେ ରାହୁଲ ଗାନ୍ଧିଙ୍କ ଶକ୍ତି ପ୍ରଦର୍ଶନ ଓ ବିତର୍କ ଲାଗି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଖୋଲା ଚ୍ୟାଲେଞ୍ଜ ଓ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ପ୍ରଚାର ଆରମ୍ଭରୁ ରାହୁଲଙ୍କ ବଦଳୁଥିବା ସମୟର ସଂକେତ ପୂର୍ବରୁ ଦେଇଛି। ରାହୁଲ ଗାନ୍ଧି ନିଜକୁ ଜଣେ ମଜଭୁତ ବିରୋଧୀ ଦଳ ନେତା ଭାବେ ଗଢିବାକୁ ଚାହୁଁଛନ୍ତି, ଯିଏ ମୋଦି ସରକାରଙ୍କୁ ମୁହାଁ ମୁହିଁ ଜବାବ ଦେବାକୁ ସକ୍ଷମ ଥିବେ। ଏଥି ମଧ୍ୟରେ କଂଗ୍ରେସ ସଂଗରୁରରେ ‘ଇନସାଫ ରାଲି’ ମାଧ୍ୟମରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଦେଇଛି। ପାର୍ଟି ପ୍ରଚାରରେ ନିଷା ସାମଗ୍ରୀର ତ୍ରୁଟିପୂର୍ଣ୍ଣ ଉପଯୋଗ, ବେକାରୀ, ଆଇନଶୃଙ୍ଖଳା ଓ ଚାଷୀଙ୍କ ଚିନ୍ତା ଭଳି ପ୍ରସଙ୍ଗକୁ ପ୍ରାଥମିକତା ଦେଉଥିବା ଦେଖା ଯାଇଛି।

ଏହି ରାଜନୈତିକ ପୃଷ୍ଠଭୂମିରେ ନଭେମ୍ବର ୧୨ ତାରିଖରୁ ରାହୁଲ ଗାନ୍ଧିଙ୍କ କୁଣ୍ଡଳିରେ ଗ୍ରହଙ୍କ ପରିବର୍ତ୍ତନ ଜ୍ୟୋତିଷୀୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏହି ପର୍ଯ୍ୟୟ ରାହୁଲଙ୍କ କୁଣ୍ଡଳିରେ ୨୮ ମାର୍ଚ୍ଚ ୨୦୨୭ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ରାହୁଲ ଗାନ୍ଧି କେବଳ ଉତ୍ତେଜକ ରାଜନୈତିକ ବୟାନ ମଧ୍ୟରେ ସୀମିତ ରହିବେ ନା ଏହି ସମୟରେ ମୋଦି ସରକାରଙ୍କ ବିପକ୍ଷରେ ଅଧିକ ସଙ୍ଗଠିତ ରାଜନୈତିକ ଓ ଆଇନଗତ କ୍ୟାମ୍ପେନ ଆରମ୍ଭ କରିବେ ତାହା ଆସନ୍ତୁ ତାଙ୍କ କୁଣ୍ଡଳି ସମୀକ୍ଷାରୁ ଅନୁମାନ କରିବା।

ଜନ୍ମ କୁଣ୍ଡଳି ଅନୁସାରେ ରାହୁଲ ଗାନ୍ଧିଙ୍କ ଲଗ୍ନ ତୁଳା ଓ ଚନ୍ଦ୍ର ରାଶି ଧନୁ ଅଟେ। ନଭେମ୍ବର ମାସ ପ୍ରାରମ୍ଭରେ ବକ୍ରି ତଥା ଅସ୍ତ ବୁଧ ତାଙ୍କ ଲଗ୍ନରେ ଗତି କରୁଛନ୍ତି। ବୈଦିକ ଜ୍ୟୋତିଷରେ ବୁଧ କମ୍ୟୁନିକେସନ, ବିତର୍କ, ତର୍କ, ଡକ୍ୟୁମେଣ୍ଟେସନ, ଆଇନ, ଗଣମାଧ୍ୟମ ଓ ଅଥରିଟି ଉପରେ ପ୍ରଶ୍ନ ଉଠାଇବାର କ୍ଷମତାକୁ ପ୍ରଦର୍ଶିତ କରିଥାଏ। ପାରମ୍ପରିକ ରୂପେ ବକ୍ରି ବୁଧକୁ ପୁରୁଣା ବିବାଦ ଓ ଅସମାହିତ ମାମଲାକୁ ପୁଣି ଥରେ ସାମ୍ନାକୁ ଆଣିବା ସହ ଯୋଡା ଯାଏ। ଏଣୁ ସୂର୍ଯ୍ୟ ନିକଟରେ ରହୁଥିବାରୁ ଆଲୋଚନା ଦ୍ରୁତ ହୋଇପାରେ ଓ ରାଜନୈତିକ ବିରୋଧୀଙ୍କୁ ସିଧା ଜବାବ ମାଗିବାର ଅଭ୍ୟାସକୁ ବଢାଇ ପାରେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ଗାନ୍ଧି ବିତର୍କ ପାଇଁ ଖୋଲା ଚ୍ୟାଲେଞ୍ଜ ଦେବା ଗ୍ରହଙ୍କ ଏହି ଚାଲ ସହ ମେଳ ଖାଉଛି।

ତେବେ ବକ୍ରି ଓ ଅସ୍ତ ବୁଧରେ ରିସ୍କ ମଧ୍ୟ ଥାଏ। କୌଣିସ ଅଭିଯୋଗ, ନାମ ଅଥବା ଡକ୍ୟୁମେଣ୍ଟ କିମ୍ବା ତଥ୍ୟଗତ ତ୍ରୁଟି ରାଜନୈତିକ ବିତର୍କକୁ ଅସଲ ପ୍ରସଙ୍ଗରୁ ହଟାଇ ରାହୁଲଗାନ୍ଧିଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଲଗାଇ ପାରେ। ଏଣୁ ଜ୍ୟୋତିଷୀୟ ହିସାବରେ ନଭେମ୍ବରରେ ତାଙ୍କର ସବୁଠୁ ବଡ଼ ସାମର୍ଥ୍ୟ କେବଳ ଆଗ୍ରେସିଭ କମ୍ୟୁନିକେସନ ନୁହେଁ ବରଂ ଭେରିଫାଏଡ ଫ୍ୟାକ୍ଟସ୍ ଓ ନିର୍ଭର ଯୋଗ୍ୟ ପ୍ରମାଣ ସହିତ ନିଜ କଥାକୁ ସମର୍ଥନ କରୁଥିବାର ଦକ୍ଷତା ମଧ୍ୟ ରହିବ। ଏବେ ମଙ୍ଗଳ ରାହୁଲ ଗାନ୍ଧିଙ୍କ କୁଣ୍ଡଳିର ଦଶମ ଭାବ କର୍କଟ ରାଶିରେ ଗତି କରୁଛନ୍ତି। ଜ୍ୟୋତିଷୀରେ ଦଶମ ଭାବ ଶକ୍ତି, ରାଜନୈତିକ ପଦପଦବୀ, କ୍ୟାରିୟର, ଅଧିକାର ଓ ସାର୍ବଜନିକ ଛବିକୁ ପ୍ରଦର୍ଶିତ କରୁଛି। ଏହି ଘରେ ମଙ୍ଗଳଙ୍କ ଅବସ୍ଥାନ ସଂଘର୍ଷପୂର୍ଣ୍ଣ ମନଭାବ, ବିରୋଧୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିବାର ଇଛା ସହ ଜଡିତ।

ହେଲେ କର୍କଟ ରାଶିରେ ମଙ୍ଗଳ ନିଚ୍ଚ, ଏଣୁ ଜ୍ୟୋତିଷ ଦୃଷ୍ଟିରୁ ଏହି ସ୍ଥିତି ସୂଚାଇ ଦିଏ ଯେ କ୍ରୋଧକୁ ସର୍ବଦା ନିୟନ୍ତ୍ରଣ କରାଯାଇ ପାରିବନି। ତାଙ୍କର ଏକ ତୀକ୍ଷ୍ଣ ରାଜନୈତିକ ବକ୍ତବ୍ୟ ସମର୍ଥକଙ୍କୁ ଉତ୍ସାହିତ କରିପାରେ, ତେବେ ଏହା ଆଇନଗତ ବିବାଦ ମଧ୍ୟ ସୃଷ୍ଟି କରିପାରେ। ରାହୁଲ ଗାନ୍ଧିଙ୍କ ଜନ୍ମ କୁଣ୍ଡଳିରେ ମଙ୍ଗଳ ଗ୍ରହର ରାଜନୈତିକ ବକ୍ତୃତା ସହିତ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଏଥି ଯୋଗୁ ସେ ରାଜନୈତିକ ଚାପର ସମ୍ମୁଖୀନ ହେଲେ ମଧ୍ୟ ପଛକୁ ହଟିବା ପରିବର୍ତ୍ତେ ଅଧିକ ଦୃଢ ହୋଇ ପାରନ୍ତି। ରାହୁଲ ଗାନ୍ଧି ଏବେ ରାହୁ-ଶନି-ରାହୁ ଦଶା ଦେଇ ଗତି କରୁଛନ୍ତି। ବୈଦିକ ଜ୍ୟୋତିଷ ଅନୁସାରେ ଏହି ସ୍ଥିତି ଅନିଶ୍ଚିତତା, ପ୍ରଶାସନିକ ବାଧା ଓ ଦୀର୍ଘ ସଂଘର୍ଷ ସହ ସମ୍ପର୍କିତ। ତେବେ ନଭେମ୍ବର ୧୨ ତାରିଖରୁ ତାଙ୍କର ରାହୁ-ଶନି-ଗୁରୁ ପ୍ରତ୍ୟାନ୍ତର ଦଶା ଆରମ୍ଭ ହେଉଛି।

୧୨-୧୬ ନଭେମ୍ବର ରାହୁଲ ଗାନ୍ଧିଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଏହି ସମୟରେ ସେ ଗଣମାଧ୍ୟମରେ ଶିରୋନାମା ହୋଇ ପାରନ୍ତି। ତାଙ୍କ ପ୍ରତି ଗଣମାଧ୍ୟମର ଧ୍ୟାନ ବଢିବ। ତେବେ ଏହି ସମୟରେ ଶାସକ ଦଳ ମଧ୍ୟ ତାଙ୍କ ଉପରେ କଡ଼ା ପାଲଟା ଆକ୍ରମଣ କରିପାରନ୍ତି। ଗତ ଅକ୍ଟୋବର ୩୧ରେ ବୃହସ୍ପତି ସିଂହ ରାଶିକୁ ପ୍ରବେଶ କରିଛନ୍ତି। ରାହୁଲ ଗାନ୍ଧିଙ୍କ ତୁଳା ଲଗ୍ନ ଅନୁସାରେ ସିଂହରାଶି ଜାତକର ଏକାଦଶ ସ୍ଥାନରେ ରହିଛି। ତେବେ ତାଙ୍କ ଧନୁ ରାଶିର ଏହା ନବମ ଘର। ଜ୍ୟୋତିଷ ହିସାବରେ ଏହି ଟ୍ରାଞ୍ଜିଟ୍ ରାଜନୈତିକ ସମ୍ପର୍କ ବଢାଇବା, ଅତ୍ୟଧିକ ଯାତ୍ରା ଓ ତାଙ୍କୁ ସମାଜର ନୂଆ ନୂଆ ଅଂଶ ସହିତ ମିଶାଇବ।

ନଭେମ୍ବର ୨୦୨୬ରେ ରାହୁଲ ଗାନ୍ଧି ଅଧିକ ପଲିଟାକଲ ଫୋକସକୁ ଆସି ପାରନ୍ତି। ଯାହା ଯୋଗୁ ସେ ଅଧିକ ଆକ୍ରମଣାତ୍ମକ, ସକ୍ରିୟ ଏବଂ ମୁକାବିଲା ମୂଳକ ବିରୋଧୀ ଦଳ ନେତା ଭାବେ ଉଭା ହୋଇ ପାରନ୍ତି। ଜ୍ୟୋତିଷୀୟ ଅନୁସାରେ ଏହି ପରିବର୍ତ୍ତନ ଗୁଡିକ ନଭେମ୍ବର ୧୨ ତାରିଖ ପରେ ଅଧିକ ଦୃଶ୍ୟମାନ ହେବ ଓ ୨୮ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ଯଦି ରାହୁଲ ଗାନ୍ଧି ପ୍ରଭାବଶାଳୀ ରାଜନୈତିକ ସଙ୍ଗଠନ ସହିତ ଦୃଢ ତଥ୍ୟକୁ ମିଶ୍ରଣ କରନ୍ତି ତେବେ ମୋଦି ସରକାର ସଂସଦ, କୋର୍ଟ ଓ ସର୍ବସାଧାରଣରେ ନିରନ୍ତର ପ୍ରଶ୍ନର ସମ୍ମୁଖୀନ ହୋଇ ପାରନ୍ତି। ଯଦି ଏହି ଅଭିଯାନ କେବଳ ତୀକ୍ଷ୍ଣ ରାଜନୈତିକ ବିବୃତ୍ତି ଏବଂ ଅଭିଯୋଗ ପର୍ଯ୍ୟନ୍ତ ସୀମିତ ରହେ ତେବେ ଏଥରୁ ସେଭଳି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଲାଭ ନ ମିଳିଲେ ମଧ୍ୟ ଶିରୋନାମା ସୃଷ୍ଟି କରିପାରେ।