ନୂଆଦିଲ୍ଲୀ ୦୫।୦୪; ବଙ୍ଗୀୟ ଅଭିନେତାଙ୍କ ମୃତୁ ଘଟଣାରେ ତାଳସାରୀ ଥାନାରେ ଏତଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଟେଲି ଫିଲ୍ମ ସୁଟିଂ ବେଳେ ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣାର ୬ ଦିନ ପରେ ତାଳସାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ପ୍ରିୟଙ୍କା । ପ୍ରିୟଙ୍କା ଲିଖିତ ଅଭିଯୋଗ କରିବା ସମୟରେ ଉପସ୍ଥିତ ରହିଥିଲେ ବଙ୍ଗୀୟ ସୁପରଷ୍ଟାର ପ୍ରସଂଜିତ ଓ ଅଭିନେତ୍ରୀ ଋତୁପନ୍ନା।

ସୂଚନା ଅନୁଯାଇ ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀ, ଭଲେ ବାବା ପାର କରେଗା, ଟେଲି ଫିଲ୍ମ ସୁଟିଂ ପାଇଁ ଗତ କିଛି ଦିନ ତଳେ ପଶ୍ଚିମବଙ୍ଗ ଦିଘାକୁ ଆସି ସେଠାରେ ସୁଟିଂ ସାରି ପରେ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ତାଳସାରୀ ବେଳାଭୂମିକୁ ଆସିଥିଲେ। ସେଠାରେ ସମୁଦ୍ରର ନିକଟ ଏକ ବାଲି ଚଢ଼ ଉପରେ ସୁଟିଂ କରିବା ଯାଇ ମାତ୍ର ଦୁଇ ଫୁଟ ପାଣିରେ ସୁଟିଂ କରୁଥୁବା ସମୟରେ ସମୁଦ୍ର ଜୁଆର ପାଣିରେ ଗୋଡ଼ ଖସିଯିବାରୁ ସମୁଦ୍ର ପାଣିରେ ଭାସି ଯାଇଥିଲେ ।

ପରେ ସ୍ଥାନୀୟ ମତ୍ସ୍ୟଯିବି ରାହୁଲଙ୍କୁ ଉଦ୍ଧାର କରି ଦୀଘା ଷ୍ଟେଟ୍ ଜେନେରାଲ୍ ହସ୍ପିଟାଲକୁ ନେଇଯାଇଥିଲେ। ମାତ୍ର ଡାକ୍ତର ଚିକିତ୍ସା କରୁଥିବା ବେଳେ ରାହୁଲଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଥାନାରେ ଲିଖିତ ଅଭିଯୋଗ ହୋଇ ନଥିଲା । ଏବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ବାଲେଶ୍ୱର ଆଡିସନାଲ ଏସପି କହିଛନ୍ତି।

Also Read- ବର୍ଷା ଓ ଭୂମିକମ୍ପରେ ଭୂଷୁଡି ପଡିଲା ରାଜ କପୁରଙ୍କ ପେଶାବର ସ୍ଥିତ ପୈତୃକ ଗୃହ