ନୂଆଦିଲ୍ଲୀ ୦୧।୦୪; ବଙ୍ଗୀୟ ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି। ଫିଲ୍ମ ସୁଟିଂ ସମୟରେ ସମୁଦ୍ରରେ ଘଟିଥିବା ଦୁର୍ଘଟଣାରେ ଅଭିନେତା ପ୍ରାଣ ହରାଇଥିଲେ। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଏହି ସମୟରେ, ତଲସାରି ବିଚରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ଜଣେ ପ୍ରତ୍ୟକ୍ଷଦର୍ଶୀ ବଡ଼ ଖୁଲାସା କରିଛନ୍ତି। ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମାମଲାରେ ନୂତନ ମୋଡ଼ ଆଣିପାରେ।

ଯେଉଁଦିନ ଏହି ଦୁର୍ଘଟଣା ଘଟିଥିଲା, ସେହି ଦିନ ରାହୁଲ ତଲସାରି ବିଚ୍ ନିକଟରେ ଟିଭି ଧାରାବାହିକ ‘ଭୋଲେ ବାବା ପାର କରେଗା’ ପାଇଁ ସୁଟିଂ କରୁଥିଲେ। ଏହା ବେଳାଭୂମିରେ ଏକ ରୋମାଣ୍ଟିକ ସିନ ସୁଟିଂ କରାଯାଉଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ରାହୁଲ ତାଙ୍କ ହିରୋଇନଙ୍କ ସହିତ ଏହି ସିନ୍ କରୁଥିଲେ ଯେଉଁଥିରେ ତାଙ୍କୁ ଆଣ୍ଠୁଏ ଗଭୀର ପାଣିରେ ଠିଆ ହେବାକୁ ପଡିଲା। ହଠାତ୍, ତାଙ୍କ ସହ-କଳାକାର ଭାରସାମ୍ୟ ହରାଇ ସମୁଦ୍ରତଟରେ ଥିବା ଏକ ଗାତରେ ପଡ଼ି ଯାଇଥିଲେ।

ରାହୁଲ ନିଶ୍ୱାସ ନେବା ହେଉଥିଲା କଷ୍ଟ

ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ଥାନୀୟ ଡଙ୍ଗା ଚାଳକ କହିଛନ୍ତି: ଯେତେବେଳେ 'ମ୍ୟାଡାମ୍' ପାଣିରେ ଖସି ପଡ଼ିଲେ, ସେଠାରେ ରାହୁଲ ପାଖରେ ଠିଆ ହୋଇଥିଲେ। ମାଡାମ୍ ଏକ ଶାଢ଼ି ପିନ୍ଧିଥିଲେ ଯେଉଁଥିପାଇଁ ସେ ଫସି ଯାଇଥିଲେ। ରାହୁଲ ତୁରନ୍ତ ତାଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ। ଡଙ୍ଗା ଚାଳକ କହିଛନ୍ତି ଯେ, ପ୍ରାରମ୍ଭରେ, ରାହୁଲ ଜୀବିତ ଥିଲେ। "ସେ ବହୁତ ସାରା ପାଣି ପିଇ ଦେଇଥିଲେ ଯେଉଁଥିପାଇଁ ସେ ବହୁତ କାଶୁଥିଲେ ଏହା ସହ ନିଶ୍ୱାସ ନେବା ପାଇଁ କଷ୍ଟ ହେଉଥିଲା।

କ'ଣ କହିଲେ ପୋଲିସ୍

ପୋଲିସ ରିପୋର୍ଟ ଅନୁଯାୟୀ, ଦୁହେଁ ଏକ ସ୍ପିଡ୍ ବୋଟ୍ରେ ଭିଡିଓ ପ୍ରସ୍ତୁତ କରୁଥିଲେ ସେହି ସମୟରେ ଜୋରରେ ଲହଡି ଆସିଥିଲା ଯାହା ପଳରେ ସେ ସମୁଦ୍ର ଭିତରକୁ ଟାଣି ହୋଇଯାଇଥିଲେ । ସହ-କଳାକାରଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକ ଏବଂ ଫିଲ୍ମ କ୍ରୁଙ୍କୁ ରାହୁଲଙ୍କୁ ଖୋଜିବା ଏବଂ ପୁନରୁଦ୍ଧାର କରିବା ପାଇଁ ପ୍ରାୟ ଗୋଟିଏ ଘଣ୍ଟା ଲାଗିଗଲା। କହିବାକୁ ଗଲେ ରାହୁଲଙ୍କ ପତ୍ନୀ ପ୍ରିୟଙ୍କା ତାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକ ହୃଦୟବିଦାରକ ପୋଷ୍ଟ ଲେଖିଥିଲେ, ଯେଉଁଥିରେ ସେ କହିଥିଲେ: "ଏହା ଆମ ପାଇଁ ଏକ ଅତ୍ୟନ୍ତ ଦୁଃଖର ସମୟ। ଏହି କଷ୍ଟକର ସମୟରେ, ଆମେ ଅନୁରୋଧ କରୁଛୁ ଯେ ଆପଣ ଆମର ଗୋପନୀୟତା ଏବଂ ଏକାକୀତାକୁ ସମ୍ମାନ କରନ୍ତୁ। ଏହି ସମୟରେ ଆପଣଙ୍କ ସମର୍ଥନର ଗଭୀର ଆବଶ୍ୟକତା ଅଛି।

Also Read- Alka Yagnik: ୨ ବର୍ଷ ହେବ ବିରଳ ରୋଗ ସହ ସଂଘର୍ଷ କରୁଛନ୍ତି ଅଲକା, କହିଲେ- ‘ଆଉ ନୂଆ ଆସାଇନମେଣ୍ଟ ନେଇପାରୁନି’