ମୁମ୍ଵାଇ ୦୧। ୦୪: ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗନିକ୍। ୨୦୨୪ ମସିହାରେ ଗାୟିକା ପ୍ରକାଶ କରିଥିଲେ ଯେ ସେ ଶ୍ରବଣ ଶକ୍ତିର ଏକ ବିରଳ ରୋଗରେ ପୀଡିତ । ଏବେ ଗାୟିକା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଏକ ନୂଆ ଅପଡେଟ୍ ସେୟାର କରି କହିଛନ୍ତି ଯେ ଏବେ ବି ସେ ଏହି ରୋଗରେ ପୀଡିତ ଅଛନ୍ତି। ତାଙ୍କର ରୋଗ ବିଷୟରେ ଜଣା ପଡିବା ପର ଠାରୁ ଅଲକା ପ୍ରାୟତଃ ଲୋକଙ୍କ ନଜରରୁ ଦୂରରେ ରହି ଆସିଛନ୍ତି। କିନ୍ତୁ ଚଳତି ବର୍ଷ ପଦ୍ମ ଭୂଷଣ ପୁରସ୍କାର ପାଇବା ପରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି।

ଏକ ସାକ୍ଷାତକାରରେ, ଅଲକା ତାଙ୍କ ଅସୁସ୍ଥତା ବିଷୟରେ କହିଛନ୍ତି ଯେ ସେ ଏବେ ବି ଏହା ସହିତ ସଂଘର୍ଷ କରୁଛନ୍ତି। ଯେଉଁଥିପାଇଁ ସେ ଆସାଇନମେଣ୍ଟ ନେଇ ପାରୁନାହିଁନ୍ତି। ଏହା ବ୍ୟତୀତ, ମେଲୋଡି କୁଇନ୍ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେବା ପାଇଁ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ଏହାକୁ ନେଇ ଅଲକା କହିଛନ୍ତି, "ମୋ ଝିଅ ମୋତେ କହିଥିଲା। ମୁଁ ଏହା ଶୁଣି ବହୁତ ଖୁସି ହେଲି। ଏହି ସମ୍ମାନ ପାଇଁ ମୋତେ ବାଛିଥିବାରୁ ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।" ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏହି ସମ୍ମାନ ଆଶା କରିଥିଲେ କି, ଗାୟିକା ଶାନ୍ତ ଏବଂ ସରଳ ଭାବରେ ଉତ୍ତର ଦେଲେ, "ସତ କହିବାକୁ ଗଲେ, ନା। ଏହା ଯେତେବେଳେ ମିଳେ, ତାହା ସ୍ୱାଗତ ଯୋଗ୍ୟ।

ତେବେ ଅଲକା ପ୍ରଥମେ ୨୦୨୪ ମସିହାରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କର ଅସୁସ୍ଥତା ବିଷୟରେ ପ୍ରକାଶ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ସେ ଏକ ବିରଳ ପ୍ରକାରର ରୋଗ 'ସେନ୍ସରୀ ନ୍ୟୁରାଲ ନର୍ଭ ହିୟରିଙ୍ଗ୍ ଲସ୍' ରେ ପୀଡିତ ଥିଲେ। ଯାହା ଏକ ଭାଇରାଲ୍ ସଂକ୍ରମଣ ଯୋଗୁଁ ହୋଇଥିଲା। ସେବେଠାରୁ ସେ କୌଣସି ନୂତନ ଗୀତ ପ୍ରୋଜେକ୍ଟ ଗ୍ରହଣ କରିନାହାଁନ୍ତି।

Also Read- Kriti Sanon New Avatar : ‘କକ୍‌ଟେଲ୍‌-୨’ରେ ଭିନ୍ନ ଚରିତ୍ରରେ ନଜର ଆସିବେ କୃତି, କାହିଁକି ଖାସ୍ ଏହି ଲୁକ୍ ?