କୋଚି ୩୧ / ୧୧ : ବକ୍ସ ଅଫିସରେ ଗୋଟେ ଫିଲ୍ମର ସଫଳତା କେବଳ ଭଲ କାହାଣୀ କିମ୍ବା ଦମ୍ଦାର ଆକ୍ସନ ଅଭିନୟ ଉପରେ ନିର୍ଭର କରିନଥାଏ । ବେଳେବେଳେ ଏଥିରେ ଭାଗ୍ୟ ବି ସାଜେ ବଡ଼ ଫ୍ୟାକ୍ଟର । ଫିଲ୍ମ ଫ୍ଲପ ହେବା ପଛରେ କମ ପ୍ରମୋସନ, ଦର୍ଶକଙ୍କ ମଧ୍ୟରେ କମ୍ ଚର୍ଚ୍ଚା କିମ୍ବା ବଡ଼ ଷ୍ଟାର୍ଙ୍କ ଅଭାବ ଭଳି ଅନେକ କାରଣ ରହିଥାଏ। ଠିକ୍ ଏମିତି କିଛି ଘଟିଛି ମଲୟାଲମ୍ ସିନେମାର ଲୋକପ୍ରିୟ ଅଭିନେତା ଫହାଦ ଫାସିଲଙ୍କ ଫିଲ୍ମ ସହିତ।

ନିକଟରେ ଅକ୍ଟୋବର ୨, ତାରିଖରେ ‘ପୁଷ୍ପା’ ଫେମ୍ ଫହାଦ ଫାସିଲଙ୍କ ରିଲିଜ ହୋଇଥିଲା ନୂଆ ଫିଲ୍ମ ‘ଡୋଣ୍ଟ ଟ୍ରବଲ୍ ଦି ଟ୍ରବଲ୍’। ସିନେମା ହଲରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ କିନ୍ତୁ ମିଳିନଥିଲା ଆଶାନୁରୂପ ସଫଳତା କି ଦର୍ଶକଙ୍କ ପ୍ରତିକ୍ରିୟା। ଥିଏଟରରେ ସମସ୍ତଙ୍କୁ ନିରାଶ କରିଥିଲା ଫିଲ୍ମ । କିନ୍ତୁ ଏବେ OTT ପ୍ଲାଟଫର୍ମରେ ଏହାକୁ ରିଲିଜ୍ ହୋଇଛି। ଯାହାକୁ ଆପଣ ମଧ୍ୟ ସହଜରେ ଦେଖିପାରିବେ। "ଡୋଣ୍ଟ ଟ୍ରବଲ୍ ଦି ଟ୍ରବଲ୍" ଫିଲ୍ମଟି OTT ପ୍ଲାଟଫର୍ମ Netflix ରେ ରିଲିଜ୍ ହୋଇଛି। ଏହି ପ୍ଲାଟଫର୍ମରେ ଏହି ଫିଲ୍ମଟି ମାଗଣାରେ ଉପଲବ୍ଧ। ଏହା ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭଳି ପାଞ୍ଚଟି ଭାଷାରେ ଉପଲବ୍ଧ। ରିପୋର୍ଟ ଅନୁଯାୟୀ, "ଡୋଣ୍ଟ ଟ୍ରବଲ୍ ଦି ଟ୍ରବଲ୍" ଚାରି ସପ୍ତାହରେ ୫.୫ କୋଟି ରୋଜଗାର କରିସାରିଛି ।

Also Read: ବିଗବସ ହାଉସରେ ସଲମାନଙ୍କ ରାଗ ଚରମସୀମାରେ, ସ୍କାଉଟ୍ ଓ ଲଭଙ୍କୁ ବହେ ଶୁଣାଇଲେ

୨୦୨୧ରେ ‘ପୁଷ୍ପା’ ଫିଲ୍ମରେ ଭିଲେନ୍ ଭାବେ ନିଜର ଦମ୍ଦାର ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ଛାପ ଛାଡ଼ିଥିବା ଫହାଦ ନିଜ ନୂଆ ଫିଲ୍ମକୁ ନେଇ ଅନେକ ଆଶା କରିଥିଲେ । କିନ୍ତୁ ତାଙ୍କ ଆଶା ଆଶାରେ ରହିଯାଇଥିଲା | ଫିଲ୍ମ ହଲରୁ ନିରାଶ ହେବା ପରେ ଏବେ OTTରେ ଉପଲବ୍ଧ ହେବା ପରେ ଦର୍ଶକଙ୍କ ପାଇଁ ରହିଛି ଏହାକୁ ଦେଖିବାର ଆଉ ଏକ ସୁଯୋଗ। ଥିଏଟରରେ ମିସ୍ କରିଥିବା ଦର୍ଶକ ଏବେ ଘରେ ବସି ଏହି ଫିଲ୍ମ ଦେଖିପାରିବେ। ଫହାଦ ଫାସିଲଙ୍କ ଅଭିନୟ ଦେଖିବାକୁ ପସନ୍ଦ କରୁଥିବା ସିନେପ୍ରେମୀଙ୍କ ପାଇଁ ଏହା ଏକ ନୂଆ ସୁଯୋଗ । ତେବେ ଏହା OTTରେ କେତେ ଦର୍ଶକଙ୍କ ମନ ଜିତିପାରୁଛି, ତାହା ଉପରେ ମେକର୍ସଙ୍କ ନଜର। ବକ୍ସ ଅଫିସ୍ରେ ଫ୍ଲପ୍ ହେଲେ ବି OTT ମାଧ୍ୟମରେ ଫିଲ୍ମକୁ ମିଳିପାରେ ନୂଆ ଦର୍ଶକ। ତେବେ ଫହାଦ ଫାସିଲଙ୍କ ଏହି ଫିଲ୍ମ ଡିଜିଟାଲ୍ ପ୍ଲାଟଫର୍ମରେ କେତେ ଦୂର ସଫଳତା ପାଉଛି , ତାହା ଦେଖିବାକୁ ବାକି ରହିଲା ।