ନୂଆଦିଲ୍ଲୀ, ୧/୧୧ : ଦୀପାବଳି ପୂର୍ବରୁ ଝଟକା । ବଢିଲା ଗ୍ୟାସ୍ ଦାମ୍ । ହୋଟେଲ, ରେଷଟୁରାଣ୍ଟ ଏବଂ ଢାବା ବ୍ୟବସାୟୀଙ୍କୁ ବଡ ଝଟକା ଲାଗିଛି । ମାସର ପ୍ରଥମ ତାରିଖ ଅର୍ଥାତ ନଭେମ୍ବର ୧ରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଦର ୧୦ ଟଙ୍କା ବୃଦ୍ଧି ଘଟିଛି । ଚେନ୍ନାଇରେ ରେଟ୍ ୧୧ ଟଙ୍କା ୫୦ ପଇସା ବଢିଛି ।

Also Read :- ଗହୀରମଥାରେ ଲାଗିଲା ମାଛଧରା କଟକଣା, ୨୦୨୭ ମେ ୩୧ ଯାଏଁ ଜାରି ରହିବ ନିଷେଧାଦେଶ

ଅନ୍ୟ ଦିଗରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଛି । ୧୪.୨ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ୍ ଦାମ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କେତେ ବଢିଲା ଦାମ୍

କମର୍ସିଆଲ ସିଲିଣ୍ଡରର ନୂଆ ଦର ନଭେମ୍ବର ୧ ତାରିଖରୁ ଲାଗୁ ହୋଇଛି । ଭିନ୍ନ ଭିନ୍ନ ସହରରେ ବର୍ଧିତ ଦାମରେ ସାମାନ୍ୟ ଅନ୍ତର ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀରେ ୧୯ କେଜି ବିଶିଷ୍ଟ ଗ୍ୟାସ୍ ଦର ୨୮୨୦ ଟଙ୍କା ରହିଛି । ମୁମ୍ବାଇରେ ୨୭୭୪ ଟଙ୍କା ଏବଂ କୋଲକାତାରେ ୨୯୬୪ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ଦର ୧୧ ଟଙ୍କା ବୃଦ୍ଧି ପାଇ ୨୯୯୪ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଲୁରୁରେ ଦାମ୍ ୧୦ ଟଙ୍କା ବଢି ୨୯୦୮ ଟଙ୍କା ଛୁଇଁଛି ।

ସୂଚନାଯୋଗ୍ୟ, କମର୍ସିଆଲ ଗ୍ୟାସର ବ୍ୟବହାର ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢାବାରେ ହୋଇଥାଏ । ଏବେ ଦର ବଢିବା କାରଣରୁ ଖର୍ଚ୍ଚ ବଢିବ । ଯାହା ଗ୍ରାହକଙ୍କ ଉପରେ ମଧ୍ୟ ପଡିପାରେ । କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।