ମୁମ୍ବାଇ ୩୧/୧୧ : ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସ୍କାଉଟ୍ ଓପି ଓ ଲଭ୍ ଗିଲଙ୍କ ବିବାଦ ଏବେ ନୂଆ ମୋଡ଼ ନେଇଛି। ଯାହାକୁ ନେଇ ଶୋ’ର ହୋଷ୍ଟ ସଲମାନ ଖାନଙ୍କ ରାଗ ଏବେ ଚରମ ସୀମାରେ ପହଁଚିଛି । ଲଭ୍ ଗିଲଙ୍କ ସହ ବିବାଦକୁ ନେଇ ସ୍କାଉଟ୍ ଓପିଙ୍କୁ ସଲମାନ କଡ଼ା ଭାଷାରେ ତାଗିଦ୍ କରିଥିବା ଖବର ସାମ୍ନାକୁ ଆସିଛି। ବିଗ୍ ବସ୍ର ଆଗାମୀ ‘ୱିକେଣ୍ଡ କା ୱାର୍’ ଏପିସୋଡ୍ରେ ଏହି ବିବାଦକୁ ନେଇ ସଲମାନ ସ୍କାଉଟଙ୍କୁ ସିଧାସଳଖ ପ୍ରଶ୍ନ କରିଥିବା ରିପୋର୍ଟ ସାମ୍ନାକୁ ଆସିଛି। ବିଶେଷକରି ନିଜ ଗର୍ଲଫ୍ରେଣ୍ଡ କାଶଭି ହିରାନନ୍ଦାନୀଙ୍କ ସାମ୍ନାରେ ଲଭ୍ ଗିଲଙ୍କ ପକ୍ଷ ନ ନେବାକୁ ନେଇ ସଲମାନ ସ୍କାଉଟଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିବା କୁହାଯାଉଛି। ଯଦି କେହି ମିଛ ପ୍ରତିଶ୍ରୁତି ଦେଇଥାଏ, ତେବେ ତାଠାରୁ ଘୃଣ୍ୟ ମଣିଷ ଆଉ କେହି ନାହିଁ ବୋଲି ସଲମାନ କହିଛନ୍ତି । ତେବେ ଏହି କଥାର ସମ୍ପୂର୍ଣ୍ଣ ପ୍ରସଙ୍ଗ କଣ ଆସନ୍ତୁ ଜାଣିବା ।

ମିଳିଥିବା ସୂଚନା ଅନୁସାରେ, ଏହି ବିବାଦର ଆରମ୍ଭ ହୋଇଥିଲା ସ୍କାଉଟ୍ ଓପି ଏବଂ ଲଭ୍ ଗିଲଙ୍କ ଘନିଷ୍ଠତାକୁ ନେଇ। ବିଗ୍ ବସ୍ ହାଉସରେ ଉଭୟଙ୍କ ମଧ୍ୟରେ ନିକଟତା ଓ ପରସ୍ପରକୁ ମସାଜ୍ ଦେବା ଭଳି ଦୃଶ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ପୂର୍ବରୁ ମଧ୍ୟ ସଲମାନ ଥରେ ସ୍କାଉଟଙ୍କୁ ତାଗିଦ କରିଥିଲେ | ଏହାକୁ ନେଇ ରୋହିତ ଶେଟ୍ଟୀ ମଧ୍ୟ ଉଭୟଙ୍କୁ ସତର୍କ କରାଇଥିଲେ। ଯାହାର ପ୍ରୋମୋ ସୋସିଆଲ ମିଡିଆରେ ଖୁବ ଭାଇରଲ ମଧ୍ୟ ହୋଇଥିଲା | ଯେଉଁଥିରେ ସ୍କାଉଟଙ୍କ ଗାର୍ଲଫ୍ରେଣ୍ଡ କାଶଭି ଶୋ’କୁ ଆସିଥିଲେ ଏବଂ ବିଗବସ ମଞ୍ଚରୁ ସ୍କାଉଟଙ୍କୁ ଗାଇଡ କରିଥିଲେ ଓ ଲବଙ୍କ ଠାରୁ ଦୂରତା ରଖିବାକୁ ମଧ୍ୟ ତାଗିଦ କରିଥିଲେ | ଲଭ୍ ଗିଲଙ୍କ ସହ ସ୍କାଉଟଙ୍କ ଘନିଷ୍ଠତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲବଙ୍କ ଉପରେ ସ୍କାଉଟଙ୍କୁ ଇମୋସନାଲି ଆଫେକ୍ଟ କରିବାର ଅଭିଯୋଗ ମଧ୍ୟ ଆଣିଥିଲେ। ଏହି ଘଟଣା ପରେ ଲଭ୍ ଗିଲ୍ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ନିଜ ସମ୍ମାନ ଓ କ୍ୟାରିୟରକୁ ନେଇ ଚିନ୍ତା ପ୍ରକାଶ କରିଥିଲେ।

Also Read : ଶାହରୁଖଙ୍କ ମନ୍ନତ କିଣିବାର ସ୍ଵପ୍ନ କିପରି ହେଲା ପୂରା ? ବଙ୍ଗଳା କିଣିବା ପଛର କାହାଣୀ କହିଲେ ଅନିଲ କପୁର

ଅନ୍ୟପଟେ, ସ୍କାଉଟଙ୍କ ଟିମ୍ ତାଙ୍କ ସମର୍ଥନରେ ବାହାରି ଲଭଙ୍କ ସହ ତାଙ୍କ ସମ୍ପର୍କକୁ ଭାଇ-ଭଉଣୀର ସମ୍ପର୍କ ବୋଲି ସ୍ପଷ୍ଟ କରିଛି। ଏବେ ସଲମାନ ଖାନ୍ ଏହି ପୂରା ବିବାଦରେ କଡା ଜବାବ ଦେଇଛନ୍ତି | ବିଶେଷକରି ସମ୍ପର୍କକୁ ନେଇ ମିଥ୍ୟା ପ୍ରତିଶ୍ରୁତି ଦେବା ଏବଂ ଲଭଙ୍କ ସହ ଘନିଷ୍ଠତା ରଖିବା ପ୍ରସଙ୍ଗରେ ସଲମାନ ସ୍କାଉଟଙ୍କୁ ଘେରିଛନ୍ତି। ସଲମାନ କହିଛନ୍ତି, ଯେତେବେଳେ ଲବଙ୍କଠାରୁ ଦୂରେଇ ରହିବାକୁ କୁହାଗଲା, ସେତେବେଳେ ସ୍କାଉଟଙ୍କ ପକ୍ଷରେ ତାଙ୍କଠାରୁ ଦୂରେଇ ରହିବା ସମ୍ଭବ ହୋଇନଥିଲା। ଏହାପରେ ସମ୍ପର୍କ ଆଉ ଏକ ପର୍ଯ୍ୟାୟକୁ ଯାଇଥିଲା। କିନ୍ତୁ ସେହି ସମ୍ପର୍କ କେବଳ ମସାଜ୍ରେ ସୀମିତ ରହିନଥିଲା ବୋଲି ସଲମାନ ଇଙ୍ଗିତ କରିଥିଲେ। ସ୍କାଉଟଙ୍କୁ ସିଧାସଳଖ ପ୍ରଶ୍ନ କରି ସଲମାନ କହିଥିଲେ, ଯଦି କାହାକୁ ନିଜ ପ୍ରତି ଆକର୍ଷିତ କରିବା ବା ମନାଇବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥାଏ, ତେବେ ତାଙ୍କଠାରୁ ଘୃଣ୍ୟ ମଣିଷ ଆଉ କେହି ନାହିଁ। ସଲମାନଙ୍କ ଏହି କଡ଼ା ଟିପ୍ପଣୀ ପରେ ଶୋ’ର ମାହୋଲ ଏବେ ସରଗରମ ହୋଇଯାଇଛି। ଏବେ ସଲମାନଙ୍କ ଏହି ୱାର ପରେ ସ୍କାଉଟ୍ ଓପି କିଭଳି ପ୍ରତିକ୍ରିୟା ରଖୁଛନ୍ତି ଏବଂ ଲଭ୍ ଗିଲଙ୍କ ସହ ତାଙ୍କ ସମ୍ପର୍କ କେଉଁ ମୋଡ଼ ନେଉଛି, ତାହା ଆଗାମୀ ଏପିସୋଡ୍ରେ ଜଣାପଡିବ।