ପୁରୀ : ଆମିଷ ହୋଟେଲରେ ମହାପ୍ରସାଦ। ପୁରୀ ରେଡକ୍ରସ୍ ରୋଡ୍ ରେ ଥିବା ହୋଟେଲ ସ୍ବାଗତରେ ଘଟିଛି ଏଭଳି ଘଟଣା। ଆମିଷ ହୋଟେଲରେ ଅନ୍ନ ସହିତ ମହାପ୍ରସାଦ ମିଶ୍ରଣ କରି ବିକ୍ରି ହେଉଥିବା ଅଭିଯୋଗ ହୋଇଛି। କେବଳ ଅନ୍ନ ନୁହେଁ ଡାଲି, ବେଶର, ମହୁରରେ ମିଶ୍ରଣ କରା ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ପାର୍ସଲ ପାଇଁ ଆସିଥିବା ଯୁବକ ସନ୍ଦେହ ପରେ ଏମିତି ଖବର ଆସିଛି ସାମ୍ନାକୁ।   ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଦୁଇଜଣ ଯୁବକ ସମ୍ପୃକ୍ତ ହୋଟେଲକୁ ମିଲ ପାର୍ସଲ ନେବା ପାଇଁ ଆସିଥିଲେ। ମିଲ୍ ନେବା ସମୟରେ ତାଙ୍କୁ ସନ୍ଦେହ ହୋଇଥିଲା। ଆମିଷ ଖାଦ୍ୟରେ ମହାପ୍ରସାଦ ମିଶ୍ରଣ କରି ତାଙ୍କୁ ପାର୍ସଲ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପାର୍ସଲ ନେଇଥିବା ଯୁବକ। ସେପଟେ ହୋଟେଲ ମାଲିକ ମନୋଜ କୁମାର ଦାସ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିନ୍ତୁ ହୋଟେଲ ଭିତରେ ମାତ୍ରାଧିକ ଅବଢ଼ା କୁଡୁଆ ମିଳିବା ପରେ ଏହା ସନ୍ଦେହକୁ ବଢ଼ାଇଛି । ସେପଟେ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।  ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଏହି ଘଟଣା ଯଦି ସତ ହୁଏ, ତାହେଲେ ହୋଟେଲ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Also Read- Pitru Paksha 2026: ପିତୃପକ୍ଷରେ ଝିଅ କରିପାରିବେ କି ପିଣ୍ଡଦାନ? ଜାଣନ୍ତୁ ଶାସ୍ତ୍ରରେ କ’ଣ ରହିଛି ନିୟମ