ପୁରୀ ୦୫।୦୮: ପୁଣି ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ। ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର କରାଯାଇଛି ଭିଡିଓ। ଶ୍ରୀମନ୍ଦିର ଭିତର ବେଢ଼ାରୁ ଏହି ଭିଡ଼ିଓ କରାଯାଇଥିବା ଜଣାଯାଇଛି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆଇଡିରୁ ଭିଡିଓ ଭାଇରାଲ ହୋଇଛି । କୃର୍ତ୍ତିକା_କାର୍ପେ ୨୦୧୭ ନାମକ ଆଇଡିରୁ ଭିଡିଓ ଭାଇରାଲ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ କିଭଳି ଗଲା ଏବଂ ଭିଡିଓ କିଭଳି ଉତ୍ତୋଳନ ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ତେବେ ଗତ କିଛି ଦିନ ଧରି ଶ୍ରୀମନ୍ଦିର ଭିତର ଭିଜୁଆଲ ବାରମ୍ବାର ଭାଇରାଲ ହେବାର ଲାଗିଛି । କେତେବେଳେ ମନ୍ଦିର ଭିତର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ତ ଆଉ କେତେବେଳେ ସିଂହଦ୍ୱାର ସମ୍ମୁଖରେ ରିଲ୍ସ କରୁଥିବାର ନଜିର ରହିଛି । ଏହାସହି ଡ୍ରୋନ ଜରିଆରେ ମଧ୍ୟ ଶ୍ରୀମନ୍ଦିର ଉପରୁ ଭିଡିଓ ଉତ୍ତୋଳନ ହେଉଛି । ପ୍ରଶାସନର ବାରମ୍ବାର ତାଗିଦ ପରେ ଏପରି କାମ ହେଉଛି ।

Also Read:-ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ! କାଲିଫର୍ଣ୍ଣିଆ ଗସ୍ତ ପୂର୍ବରୁ ଧରା ପଡିଲା ସନ୍ଦିଗ୍ଧ, କାରରୁ ମିଳିଲା ଭୟଙ୍କର ଜିନିଷ