ଭୁବନେଶ୍ୱର ୧୮।୦୬ : ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । ପୁରୀ ଜିଲ୍ଲା ଡେଲାଙ୍ଗ ରେଞ୍ଜ ଅଧିନ ଆଙ୍କୋଇ ଫରେଷ୍ଟର ରାକେଶ ପଣ୍ଡା । ୨୫ ହଜାର ଲାଞ୍ଚ ନେଲାବେଳେ ମାଡିବସିଲା ଭିଜିଲାନ୍ସ । ଏହାସହିତ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଫରେଷ୍ଟ ଗେଟ୍‌ରେ ଗାଡ଼ି ପାସ୍‌ କରାଇଦେବା ପାଇଁ ୨୫ ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ । ଏହି ସମୟରେ ଫରେଷ୍ଟର ଲାଞ୍ଚ ନେଉଥିବା ବେଳେ ଗୁଇନ୍ଦା ସୁତ୍ରରୁ ଖବର ପାଇଥିଲା ଭିଜିଲାନ୍ସ । ଏହାପରେ ଉକ୍ତ ଅଫିସରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉ ସମୟରେ ଫରେଷ୍ଟର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ୨୫ ହଜାର ଟଙ୍କା ଜବତ ସହିତ ଫରେଷ୍ଟରଙ୍କୁ ଅଟକ ରଖିଛି ଭିଜିଲାନ୍ସ । 

Updating...