ବାଲିପାଟଣା ୨୨।୦୧ : ଅରବିନ୍ଦଙ୍କ କୁଶପୁତ୍ତଳିକା ଦାହ । ରାଜଧାନୀ ଉପକଣ୍ଠ ବାଲିପାଟଣା ଛକରେ ଅରବିନ୍ଦ ଢାଲିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଦଳିତ ସଂଗଠନ । ସଂରକ୍ଷଣ ଉଚ୍ଛେଦ ସପକ୍ଷରେ ଅରବିନ୍ଦ ଦେଇଥିବା ମତାମତକୁ ବିରୋଧ କରିବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳିତ ସଂଗଠନ । ଏହାସହିତ ଅରବିନ୍ଦ ନିଜ ମତ ଫେରାଇ ନେବା ସହ କ୍ଷମା ମାଗୁନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ନଚେତ୍ ଅରବିନ୍ଦଙ୍କୁ ଜୟଦେବ ନିର୍ବାଚନ ମଣ୍ଡଳୀରେ ପୁରାଇ ଦିଆଯିବନାହିଁ ବୋଲି ଆନ୍ଦୋଳନାକାରୀମାନେ ଚେତାବନୀ ଦେଇଛନ୍ତି ।

ଖବର ଅନୁଯାୟୀ, ଅରବିନ୍ଦ ଢାଲି ନିଜ ସୋସିଆଲ୍ ମିଡିଆରେ କହିଥିଲେ ଯେ, ସ୍ୱାଧୀନତାର ୭୯ ବର୍ଷ ପରେ ଦେଶରୁ ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ଦିଆଯାଉଥିବା ସଂରକ୍ଷଣ ହଟିବା ଦରକାର । ଏଣିକି ଆଉ ସଂରକ୍ଷଣର ଆବଶ୍ୟକତା ନାହିଁ । କ୍ରିମିଲେୟାର ଏବଂ ନନ୍-କ୍ରିମିଲେୟାର ଆଧାରରେ ସଂରକ୍ଷଣ ହେବା ଆବଶ୍ୟକ । ଅରବିନ୍ଦଙ୍କ ଏଭଳି ମତକୁ ନେଇ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିରୋଧର ସ୍ୱର ଉଠିଥିଲା । ଶେଷରେ ଦଳିତ ସଂଗଠନଙ୍କ ପକ୍ଷରୁ କୁଶ ପୁତ୍ତଳିକା ଦାହ କରିବା ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା ।