ନୂଆଦିଲ୍ଲୀ: ମେ’ରେ ମାର ମୃତ୍ୟୁ ହୋଇଥିଲା । ପ୍ରାୟ ୮ ମାସ ପରେ ଗ୍ରାଣ୍ଡ ଫେୟାରଓ୍ବେଲ ଦେଇଛି ପୁଅ । କାଠ ବଦଳରେ ପୁଅ ୧୦ କୋଟିରୁ ଅଧିକ ଟଙ୍କା ଦେଇ ସୁନାର ବାକ୍ସ କରି ମାକୁ କବର ଦେଇ । ସେଲିବ୍ରେସନ ସହ ମା’ର ଶେଷକୃତ୍ୟୁ କରି ବିବାଦରେ ପୁଅ । ନାଇଜେରିଆର ଜଣେ ଧର୍ମଗୁରୁ ନିଜ ୧୦୪ ବର୍ଷୀୟ ମା’ଙ୍କ ଏଭଳି ଭବ୍ୟ ଅନ୍ତିମ ସଂସ୍କାର ଲାଗି ସମାଲୋଚନାର ଶିକାର ହୋଇଛନ୍ତି ।

ନାଇଜେରିଆର ଧାର୍ମିକ ନେତା ପ୍ରଫେଟ୍ ଜେରେମିଆ ଫୁଫେୟିନ୍ ମା’ ମାମା ଆସେତୁଙ୍କୁ କବର ଦେବା ପାଇଁ ୧୦୫,୦୦୦ ଡଲାର (ପ୍ରାୟ ୧୦ କୋଟି ଟଙ୍କା)ର ସୁନା ପ୍ଲେଟେଡ୍ କାସକେଟ୍ (କବର ବାକ୍ସ) ବ୍ୟବହାର କରିବାକୁ ନେଇ ସମାଲୋଚିତ ହୋଇଛନ୍ତି । ତାଙ୍କ ମା’ ମେ ମାସରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଶେଷକୃତ୍ୟ ଡିସେମ୍ବରରେ ହୋଇଛି । ତା'ପରେ ଏହି ଭବ୍ୟ ଅନ୍ତିମ ସଂସ୍କାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଧାର୍ମିକ ନେତାଙ୍କ ଏଭଳି ଧନୀକ ସ୍ବଭାବ ଲୋକଙ୍କୁ ବିଚଳିତ କରିଛି। ନାଇଜେରିଆ ପରମ୍ପରା ପ୍ରତି ଏହା କୋଠାରଘାତ ବୋଲି ଲୋକେ କହୁଛନ୍ତି । ଏଭଳି କେବେ ନାଇଜେରିଆରେ ଘଟିନଥିଲା । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ବୋଧହୁଏ ସେ ବଞ୍ଚିଥିବା ବେଳେ ସୁନାର ଥାଳିରେ ଖାଉଥିଲେ । ପ୍ରଫେଟ୍ ଜେରେମିଆ ଅଚଳାଚଳ ସଂପତ୍ତିର ମାଲିକ । ମା’ଙ୍କ ମୃତ୍ୟୁରେ ବି ନିଜର ବାବୁ ପଣିଆ ଦେଖାଇବାକୁ ଭୁଲି ନାହାନ୍ତି ।

ପ୍ରଫେଟ୍ ଜେରେମିଆଙ୍କ ସଂପତ୍ତି ବିଷୟରେ କହିବାକୁ ଗଲେ, ସେ କୋଟି କୋଟି ଟଙ୍କାର ମାଲିକ । ତାଙ୍କ ପାଖରେ ୩,୦୦୦,୦୦ ଡଲାର ମୂଲ୍ୟର ଏକ ପ୍ରାଇଭେଟ ଜେଟ୍ Bombardier Challenger 601-3R ଅଛି । ୪୬ ବର୍ଷୀୟ ଧର୍ମଗୁରୁ ଥରେ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଇବାକୁ ଅତ୍ୟଧିକ ନିଶାଦ୍ରବ୍ୟ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତା’ପରେ ତାଙ୍କୁ ଚମତ୍କାର ଭାବରେ ରକ୍ଷା କରିଥିଲେ ଇଶ୍ବର । ବର୍ତ୍ତମାନ ସେ ଖ୍ରୀଷ୍ଟ ମର୍ସିଲ୍ୟାଣ୍ଡ ମୁକ୍ତି ମନ୍ତ୍ରଣାଳୟର ପ୍ରତିଷ୍ଠାତା।

ସେ ନାଇଜେରିଆରେ ଧର୍ମପ୍ରଚାର ଏବଂ ତାଙ୍କର ଭୌତିକବାଦୀ ଜୀବନଶୈଳୀ ପାଇଁ ପ୍ରସିଦ୍ଧ । ଯେଉଁଠି ଜଣେ ସାଧାରଣ ଲୋକ ଜୀବନକାଳରେ ହାରାହାରି ୨୦ ହାଜର ଡଲାର ରୋଜଗାର କରେ, ସେଠାରେ ଏହି ଧର୍ମଗୁରୁ ଅମାପ ସଂପତ୍ତିର ମାଲିକ । ନାଇଜେରିଆ ଭଳି ବିକାଶଶୀଳ ଦେଶରେ ସମ୍ବଳ ବଣ୍ଟନରେ ଚର୍ଚ୍ଚର କାର୍ଯ୍ୟ ଉପରେ ସମୀକ୍ଷା କରିବାର ବେଳ ଆସିଛି ବୋଲି ଚର୍ଚ୍ଚା ହେଉଛି।