ମୁମ୍ବାଇ: ଆମେରିକା ଯାତ୍ରା କରୁଥିବା ଜିଓ ଗ୍ରାହକଙ୍କ ପାଇଁ ମୋବାଇଲ୍ ରୋମିଂ ଅନୁଭୂତି ବଦଳିବାକୁ ଯାଉଛି। ଭାରତରୁ ଆମେରିକାରେ ପହଞ୍ଚିବା ପରେ, ଜିଓ ବ୍ୟବହାରକାରୀମାନେ ଟି-ମୋବାଇଲ୍‌ର ୫ଜି ଷ୍ଟାଣ୍ଡଏଲୋନ୍ ନେଟୱାର୍କରେ ରୋମିଂ ସୁବିଧା ପାଇପାରିବେ। ସେହିଭଳି, ଆମେରିକାରୁ ଭାରତ ଯାତ୍ରା କରୁଥିବା ଟି-ମୋବାଇଲ୍ ଗ୍ରାହକମାନେ ଜିଓର ୫ଜି ଷ୍ଟାଣ୍ଡଏଲୋନ୍ ନେଟୱାର୍କ ବ୍ୟବହାର କରିପାରିବେ। ଉଭୟ କମ୍ପାନୀ ଅନୁଯାୟୀ, ରୋମିଂ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ୫ଜି ଷ୍ଟାଣ୍ଡଏଲୋନ୍ ନେଟୱାର୍କକୁ ସଂଯୋଗ କରିବାରେ ଏହା ବିଶ୍ୱର ପ୍ରଥମ।

ସରଳ ଭାବରେ କହିବାକୁ ଗଲେ, ଦେଶ ବଦଳିବା ପରେ ମଧ୍ୟ ଗ୍ରାହକମାନେ ଅତ୍ୟାଧୁନିକ ୫ଜି ନେଟୱାର୍କରେ ରୋମିଂର ଲାଭ ଉଠାଇ ପାରିବେ। ଏହା ଦ୍ରୁତ ଗତି, କମ୍ ଲାଟେନ୍ସି ଏବଂ ଅଧିକ ନିର୍ଭରଯୋଗ୍ୟ ସଂଯୋଗ ସୁନିଶ୍ଚିତ କରିଥାଏ। ଭିଡିଓ ଷ୍ଟ୍ରିମିଂ ହେଉ, ଟ୍ରାଭେଲ୍ ରିଲ୍ ସେୟାର୍ କରିବା ହେଉ କିମ୍ବା ଅଫିସ୍ ଆପ୍ଲିକେସନ୍ ବ୍ୟବହାର କରିବା ହେଉ, ଭାରତ ଏବଂ ଆମେରିକା ଉଭୟ ସ୍ଥାନରେ ୫ଜି ଅନୁଭୂତି ସୁଗମ ଏବଂ ନିର୍ବିଘ୍ନ ରହିବ। ଏବେ, ଏହି ୫ଜି ଷ୍ଟାଣ୍ଡଏଲୋନ୍ ରୋମିଂ ସଂଯୋଗ ଜିଓ ଏବଂ ଟି-ମୋବାଇଲ୍ ନେଟୱାର୍କ ମଧ୍ୟରେ ରହିଛି, ଯାହାର ଲାଭ ଭାରତ ଏବଂ ଆମେରିକା ମଧ୍ୟରେ ଯାତ୍ରା କରୁଥିବା ଉଭୟ କମ୍ପାନୀର ଗ୍ରାହକଙ୍କୁ ସିଧାସଳଖ ମିଳିବ। 

ଟି-ମୋବାଇଲର ମୁଖ୍ୟ ନେଟୱାର୍କ ଅଫିସର ଅଙ୍କୁର କପୁର କହିଛନ୍ତି ଯେ, ଗ୍ରାହକମାନେ ଯେତେବେଳେ ଗୋଟିଏ ଦେଶରୁ ଅନ୍ୟ ଦେଶରେ ପହଞ୍ଚିବେ, ସେତେବେଳେ ସେମାନଙ୍କର ୫ଜି ଅନୁଭୂତି ନିରବଚ୍ଛିନ୍ନ ରହିବ; ତାହା ଷ୍ଟ୍ରିମିଂ ହେଉ, ଭ୍ରମଣ ସମ୍ବନ୍ଧୀୟ ଭିଡିଓ ରିଲସ ସେୟାର କରିବା ହେଉ କିମ୍ବା ବ୍ୟବସାୟିକ ଆପ୍ଲିକେସନ୍ ବ୍ୟବହାର କରିବା ହେଉ। ସେ ଏହାକୁ ପ୍ରଯୁକ୍ତିବିଦ୍ୟାର ଏକ ବଡ଼ ଶକ୍ତି ବୋଲି କହିଛନ୍ତି।

Also Read: ଜିଓ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ୧୨ ମାସ ପାଇଁ ମାଗଣାରେ ମିଳିବ କାନଭା ପ୍ରୋ, ୪,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

ଜିଓର ଆନ୍ତର୍ଜାତୀୟ ନେଟୱାର୍କ, ପାର୍ଟନରସିପ୍ ଏବଂ ସର୍ଭିସେସ ମୁଖ୍ୟ ମାର୍କ ୟାର୍କୋସ୍କି କହିଛନ୍ତି ଯେ ଏହି ସଫଳତା କେବଳ ରୋମିଂ ସୁବିଧା ଯାଏଁ ସୀମିତ ରହିବ ନାହିଁ। ଦୁଇଟି ୫ଜି ଷ୍ଟାଣ୍ଡ-ଏଲୋନ୍ ନେଟୱାର୍କ ଏକାଠି ଆସିବା ଆଗାମୀ ଦିନରେ ଉଭୟ ଗ୍ରାହକ ଏବଂ ବ୍ୟବସାୟଗୁଡିକ ପାଇଁ ନୂତନ ସେବା ସହିତ ଏଆଇ-ଆଧାରିତ ସେବାଗୁଡିକର ପଥ ପ୍ରସ୍ତୁତ କରିପାରିବ।

ଏହି ରୋମିଂ ସଂଯୋଗକୁ ସମ୍ଭବ କରିବାରେ ସିନିଭର୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଜିଓ ଏବଂ ଟି-ମୋବାଇଲର ନେଟୱାର୍କକୁ ସୁରକ୍ଷିତ ଉପାୟରେ ଯୋଡ଼ିବାରେ ସହାୟକ ହୋଇଛି।