କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ବିବାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଯାଇଛି। ବିଧାୟକଙ୍କ ସହ ବିବାଦ ପରେ ଚିଫ ଓ୍ବାର୍ଡେନ, ଦୁଇ ଜଣ ଡେପୁଟି ଚିଫ ଓ୍ବାର୍ଡେନ ଓ ସବୁ ହଷ୍ଟେଲର ଓ୍ବାର୍ଡେନ, ଡେପୁଟି ଓ୍ବାର୍ଡେନମାନେ ଇସ୍ତଫା ଦେଇଥିଲେ।

ଏମିତିରେ ବୁଧବାର କୁଳପତି ଚିଫ୍ ଓ୍ବାର୍ଡେନ ଓ ଦୁଇ ଜଣ ଡେପୁଟି ଚିଫ ଓ୍ବାର୍ଡେନଙ୍କ ଇସ୍ତଫା ଗ୍ରହଣ କରିନେଇଛନ୍ତି। ଏହା ସହ ପୂର୍ବତନ ଚିଫ୍ ଓ୍ବାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ କେମେଷ୍ଟ୍ରୀ ବିଭାଗର ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢିଙ୍କୁ ନୂଆ ଚିଫ୍ ଓ୍ବାର୍ଡେନ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଦୁଇ ଜଣ ପୂର୍ବତନ ଡେପୁଟି ଚିଫ ଓ୍ବାର୍ଡେନ ମନୋଜ କୁମାର ଦାସ ଓ ରଶ୍ମି ରେଖା ଶତପଥୀଙ୍କ ସ୍ଥାନରେ ଦିପ୍ତୀ ରାଉତ ଓ ଦ୍ବିତିକୃଷ୍ଣ ବେହେରାଙ୍କୁ ଡେପୁଟି ଚିଫ ଓ୍ବାର୍ଡେନ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟ ପ୍ରାୟ ଅଧିକାଂଶ ହଷ୍ଟେଲର ଓ୍ବାର୍ଡେନ ଓ ଡେପୁଟି ଓ୍ବାର୍ଡେନଙ୍କୁ ଅଦଳ ବଦଳ କରାଯାଇଛି।

Also Read: ଓଡ଼ିଶା ପାଇଁ AI କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ୍, HCL Group AI Labs ସହ ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୁଝାମଣା