ଭୁବନେଶ୍ୱର:  ଭବିଷ୍ୟତମୁଖୀ ଶିକ୍ଷାକୁ ଆହୁରି ସଶକ୍ତ କରିବା ଦିଗରେ ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ବର ଆଜି ଏଚ୍‌ସିଏଲ୍ (HCL GUVI) AI Labs ସହ ଏକ ରଣନୀତିମୂଳକ ଏମଓୟୁ ସ୍ୱାକ୍ଷର କରିଛି ।

ଏହି ସହଯୋଗ ନାଲନ୍ଦାରେ ଓଡ଼ିଶାର ପ୍ରଥମ ଏଆଇ ହବ୍ ଇନିସିଏଟିଭର ଆରମ୍ଭକୁ ଚିହ୍ନିତ କରୁଛି । ଏହାର ଲକ୍ଷ୍ୟ ହେଉଛି ଆର୍ଟିଫିସିଆଲ୍ ଶିକ୍ଷା, ପ୍ରାୟୋଗିକ ଅନୁଭବ, ନବୀନତା, ଶିଳ୍ପମୁଖୀ ପ୍ରକଳ୍ପ, ଅଧ୍ୟାପକ ସଶକ୍ତିକରଣ ଏବଂ କ୍ୟାରିୟର ରେଡିନେସ୍ ପାଇଁ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିବା ।

ଏହି ଅବସରକୁ ଆହୁରି ବିଶେଷ କରିଛି ଏକ ଐତିହାସିକ ପଦକ୍ଷେପ–MoU ସ୍ବାକ୍ଷରର ପ୍ରଥମ ଦିନରୁ ହିଁ ଏହାର ପ୍ରଭାବ କ୍ଲାସରୁମରେ ଦେଖାଯାଇଛି । ଛାତ୍ରଛାତ୍ରୀମାନଙ୍କ ପ୍ରଥମ AI Learning Initiative ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ।

ଏହି ପ୍ରୟାସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆଧୁନିକ ଏଆଇ ଟୁଲ୍ସ ଶିଖିବା, ପ୍ରାୟୋଗିକ ପ୍ରକଳ୍ପରେ କାମ କରିବା, ଇଣ୍ଡଷ୍ଟ୍ରୀ ରିଲେଭେଣ୍ଟ ସ୍କିଲ୍ସ ବିକଶିତ କରିବା, ପୋର୍ଟପୋଲିଓ ତିଆରି କରିବା ଏବଂ ଭବିଷ୍ୟତର କ୍ୟାରିୟର ପାଇଁ ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ । ନାଲନ୍ଦା ପାଇଁ ଏହା କେବଳ ଏକ ଏଆଇ ଲାବ ସ୍ଥାପନା ନୁହେଁ; ଏହା ଏଆଇ-ସକ୍ଷମ ଶିକ୍ଷା, ନବୀନତା ଏବଂ ଭବିଷ୍ୟତମୁଖୀ କ୍ୟାରିୟର ପ୍ରସ୍ତୁତିର ଏକ ନୂଆ ଯାତ୍ରା ।