ଭୁବନେଶ୍ବର ୬।୬: ତ୍ୱରାନ୍ୱିତ ହେଲା ବୋର୍ଡ-ନିଗମ ନିଯୁକ୍ତି ପ୍ରକ୍ରିୟା । ବୋର୍ଡ-ନିଗମରେ ଖାଲିଥିବା ପଦବୀର ତଥ୍ୟ ଦେଲେ ବିଭାଗ । ବଢିଲା ଲବିରେ ଥିବା ନେତାଙ୍କ ଆଶା । ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ-ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର ।

ତେବେ ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦେଇଛନ୍ତି ବିଭାଗ । ୧୭ଟି ବିଭାଗରେ ୩୨ଟି ବୋର୍ଡ-ନିଗମ ବାବଦରେ ତଥ୍ୟ ପ୍ରଦାନ କରାଯାଇଛି । ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ-ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବିଭାଗ ଗୁଡ଼ିକ ଜୁନ୍ ୩୦ରେ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେହିଭଳି ୧୭ଟି ବୋର୍ଡ-ନିଗମରେ ଜଣେ ବି ନିଯୁକ୍ତ ହୋଇନାହାନ୍ତି ।

Also Read:- ସ୍ବାମୀ-ସ୍ତ୍ରୀ ଝଗଡ଼ା : ନିଜ ଦେହରେ ନିଆଁ ଲଗାଇ ଦେଲେ କନେଷ୍ଟବଳ

ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ-ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ପୂରଣ କରାଯାଇ ପରେ ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା କୁହାଯାଉଥିଲା ।