ବ୍ରହ୍ମପୁର ୬।୬: ପାରିବାରିକ କଳହର କରୁଣ ପରିଣତି । ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳ । ସ୍ତ୍ରୀ ସହ ଝଗଡ଼ା କରି କନେଷ୍ଟବଳ ଜଣଙ୍କ ଏଭଳି କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ପୋଲିସ କଲୋନୀରୁ କନେଷ୍ଟବଳଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏମ୍ ଭି କନେଷ୍ଟବଳ । ଗୁରୁତର କନେଷ୍ଟବଳ ଜଣକ ହେଲେ ଆଶୁତୋଷ ମୃଦଙ୍ଗିଆ । କନେଷ୍ଟବଳ ଆଶୁତୋଷଙ୍କର ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ତାଙ୍କ ପତ୍ନୀଙ୍କ ସହ ଅନେକ ସମୟରେ ଝଗଡା ହୋଇଥାଏ । ଏନେଇ ଅନେକ ମାମଲା ବିଚାରଧୀନ ମଧ୍ୟ ରହିଛି ।

Also Read:- ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ : ୧୫ ବର୍ଷର ପ୍ରେମ ସଂପର୍କରେ ଆସିଲା ଫାଟ, ଆଉ କାହା ପାଇଁ ପ୍ରେମିକ କରିଲା ପ୍ରତାରଣା...

ତେବେ ଶୁକ୍ରବାର ରାତିରେ କୌଣସି କାରଣରୁ ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଝଗଡ଼ା ପରେ ଆଶୁତୋଷ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଖବର ପାଇ ବ୍ରହ୍ମପୁର ଏସ୍‌ପି ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।