ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାକୁ ରାଷ୍ଟ୍ରକୁ ସମ୍ୱୋଧନ କରିଛନ୍ତି । ତେବେ, ଏଥର ପ୍ରଧାନମନ୍ତ୍ରୀ ମାତ୍ର ୭୫ ମିନିଟ୍ ପାଇଁ ଭାଷଣ ଦେଇଛନ୍ତି, ଯାହା ଗତ ଚାରି ବର୍ଷ ମଧ୍ୟରେ ତାଙ୍କର ସବୁଠାରୁ ଛୋଟ ଭାଷଣ ।

ପ୍ରଧାନମନ୍ତ୍ରୀଙ୍କ ଆଜିର ଭାଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ସେମିକଣ୍ଡକ୍ଟର, ନକ୍ସଲବାଦ, ଏମଏସଏମଇ, କନ୍ସର୍ଟ ଇକୋନୋମି, ଉଚ୍ଚଶିକ୍ଷା ଏବଂ କୋଚିଂ କ୍ଲାସ୍ ପରି ଅନେକ ବିଷୟ ଉପରେ ଉଲ୍ଲେଖ କରିଛନ୍ତି । ଏହି ଭାଷଣର ଅବଧି ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ, ଗତ ବର୍ଷ (୨୦୨୫) ସେ ନିଜର ସବୁଠାରୁ ଦୀର୍ଘତମ ସ୍ୱାଧୀନତା ଦିବସ ଭାଷଣର ରେକର୍ଡ କରିଥିଲେ, ଯାହା ୧୦୩ ମିନିଟ୍ ଥିଲା ।

୨୦୧୪ ମସିହାରୁ ଏନଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଏପର୍ଯ୍ୟନ୍ତ ଲାଲକିଲ୍ଲାରୁ ୧୩ ଥର ସ୍ୱାଧୀନତା ଦିବସ ଭାଷଣ ଦେଇଛନ୍ତି ।

ବର୍ଷ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସମୟ

୨୦୧୪: ୬୫ ମିନିଟ୍

୨୦୧୫: ୮୮ ମିନିଟ୍

୨୦୧୬: ୯୬ ମିନିଟ୍

୨୦୧୭: ୫୬ ମିନିଟ୍

୨୦୧୮: ୮୩ ମିନିଟ୍

୨୦୧୯: ୯୨ ମିନିଟ୍

୨୦୨୦: ୯୦ ମିନିଟ୍

୨୦୨୧: ୮୮ ମିନିଟ୍

୨୦୨୨: ୭୪ ମିନିଟ୍

୨୦୨୩: ୯୦ ମିନିଟ୍

୨୦୨୪: ୯୮ ମିନିଟ୍

୨୦୨୫: ୧୦୩ ମିନିଟ୍

୨୦୨୬: ୭୫ ମିନିଟ୍

ପ୍ରଧାନମନ୍ତ୍ରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂର ଘୋଷଣା କରିଛନ୍ତି । ସେ କହିଛନ୍ତି, "କୋଚିଂ କ୍ଲାସ୍ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ହୋଇଛି । ଆମେ ବିଭିନ୍ନ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ପ୍ରଦାନ କରିବୁ ।" ସେହିପରି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆସନ୍ତା ଏକ ବର୍ଷ ମଧ୍ୟରେ ଏକ କୋଟି ଯୁବକଙ୍କୁ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) କୌଶଳରେ ପ୍ରଶିକ୍ଷଣ ଦିଆଯିବ ।