ଯାଜପୁର ୦୩।୦୨: ମାଆ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କଲେ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମାଆ ବିରଜାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ସହିତ ଅନେକ ସ୍କୁଲକୁ ଛୁଟି କରାଯାଇଛି ।

ଯାଜପୁରରେ ମାଆ ବିରଜାଙ୍କୁ ଦର୍ଶନ ପରେ ବାଲେଶ୍ୱର ଅଭିମୁଖେ ବାହାରିଯିବେ । ଯାଜପୁର ହେଲିପ୍ୟାଡରୁ ବାହାରି ମଧ୍ୟାହ୍ନ ସାଢ଼େ ୧୨ଟାରେ ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟ ନିକଟ ଏକ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଅପରାହ୍ନ ସାଢ଼େ ୩ଟାରେ ବାଲେଶ୍ଵର ହେଲିପ୍ୟାଡ୍‌ରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅପରାହ୍ନ ୪ଟା ୫୫ରେ ପହଞ୍ଚିବେ । ପୁରୀ ଲୋକଭବନରେ ରାତ୍ରୀଯାପନ କରିବେ । ଆସନ୍ତା ୪ ତାରିଖ ସକାଳ ୬ଟା ୫୦ ମିନିଟ୍‌ରେ ଲୋକଭବନରୁ ବାହାରି ଶ୍ୱେତଗଙ୍ଗା ପୁଷ୍କରଣୀ ନିକଟକୁ ଯାଇ ପିଣ୍ଡଦାନ କରିବେ । ବାଲେଶ୍ଵର ହେଲିପ୍ୟାଡ୍‌ରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅପରାହ୍ନ ୪ଟା ୫୫ରେ ପହଞ୍ଚିବେ ।​​​​​​​​​​​​​​