ପୁରୀ ୨।୪: ପବିତ୍ର ଚୈତ୍ର ପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ​​​​ନରେନ୍ଦ୍ର ସରୋବରରୁ ବାହାରିଲା ୫ଟି ଡଙ୍ଗା । ନନ୍ଦା, ଭଦ୍ରା, ବୈଜୟନ୍ତରୀକୁ ମିଶାଇ ୫ଟି ଡଙ୍ଗା କଢ଼ାଯାଇଛି । ଡଙ୍ଗାରେ ଚାପ ଖେଳିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପାଣି ଭିତରେ ପୋତା ହୋଇଥିବା ଡଙ୍ଗା କାଢ଼ିଛନ୍ତି ଭୋଇ ସେବକ । ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ପୋତାହୋଇ ରହିଥିବା ଡଙ୍ଗାକୁ ପାଣିରୁ ବାହାର କରାଯାଇଛି । ଏସବୁ ଡଙ୍ଗାରୁ ଭୋଇ ସେବକ ମାନେ ପାଣିରୁ କାଢ଼ିଛନ୍ତି । ମାନବ ରୂପରେ ଲୀଳାଖେଳା କରୁଥିବା ମହାପ୍ରଭୁ ଅତ୍ୟଧିକ ଗରମ ଲାଘବ ପାଇଁ ଚାପ ଖେଳିଥାନ୍ତି ।

​​​​​​​Also Read:- ଅପେରା ଦେଖି ଘରକୁ ଫେରୁଥିଲେ ; ରାସ୍ତାରେ ଅଟକାଇଲେ, ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିଦେଲେ

ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବା ଜଳକ୍ରୀଡ଼ା ଆରମ୍ଭ ହେବ । ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକା ବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ । ଏଥିପାଇଁ ରଥ ତତ୍ତ୍ୱାବଧାରକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ଭୋଇ ସେବାୟତ ମାନେ ନରେନ୍ଦ୍ର ସରବୋରରୁ ଡଙ୍ଗା କାଢ଼ିଛନ୍ତି । ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତରୀ ଡଙ୍ଗାକୁ ମିଶାଇ ପାଞ୍ଚୋଟି ଡଙ୍ଗା କଢ଼ାଯାଇଛି । ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ ।

​​​​​​​

ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ଏହି ଡଙ୍ଗା ଗୁଡିକ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ରଖାଯାଇଥିବା ବେଳେ ଗୁରୁବାର ସକାଳୁ ୩୦ଜଣ ଭୋଇ ସେବାୟତ ଅକ୍ଳାନ୍ତ ପରିଶ୍ରମ କରି ଏହି ପାଞ୍ଚୋଟି ଡଙ୍ଗାକୁ ପାଣି ଭିତରୁ କାଢ଼ିଛନ୍ତି ।