ବ୍ରହ୍ମପୁର ୨୨।୧୨ : ଜଗନ୍ନାଥଙ୍କ ଉପରେ ଭରସା ଅଛି । ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ଏବଂ ଭରସା ରହିଛି । ବିକ୍ରମ ପଣ୍ଡା ନିର୍ଦ୍ଦୋଶରେ ଖଲାସ ହେବେ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୂର୍ବତନ ବିଧାୟକ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସାକ୍ଷାତ ପରେ ଏମିତି କିଛି କହିଛନ୍ତି ବିଜେଡି ନେତା ।

ସୋମବାର ଅପରାହ୍ନ ସମୟରେ ବିଜେଡି ରାଜ୍ୟ ଉପସଭାପତି ପ୍ରତାପ ଜେନା, ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ବେହେରା, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ମନ୍ତୀ ଶ୍ରୀକାନ୍ତ ସାହୁଙ୍କ ସମେତ ଅନେକ ନେତା ବ୍ରହ୍ମପୁର ମଣ୍ଡଳ କାରାଗାର ଗସ୍ତ କରିଥିଲେ । ସେଠାରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ରେ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଭେଟିଥିଲେ । ଭେଟିବା ପରେ ଗଣମାଧ୍ୟମରେ ଆଗରେ ପ୍ରତାପ ଜେନା କହିଛନ୍ତି ଯେ, ଅନ୍ୟାୟ ଓ ରାଜନୈତିକି ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି । ଆମର ଜଗନ୍ନାଥଙ୍କ ଉପରେ ପୁରା ଭରସା ରହିଛି । ଦେଶର ଆଇନ ବ୍ୟବସ୍ଥା ଉପରେ ମଧ୍ୟ ଭରସା ରହିଛି । ଦେଖିବେ ଆଗାମୀ ଦିନରେ ସତ୍ୟ ଓ ନ୍ୟାୟର ବିଜୟ ହେବ, ଆଉ ବିକ୍ରମ ପଣ୍ଡା ନିର୍ଦ୍ଦୋଶରେ ଖଲାସ ହେବେ ।