ଭୁବନେଶ୍ୱର: ‘ପ୍ରମେୟ’ କେବଳ ଖବର ପରିବେଷଣରେ ସୀମିତ ରହୁନି, ଓଡ଼ିଶାର ସଂସ୍କୃତି, ପରମ୍ପରା ବିଷୟରେ ଯୁବପିଢ଼ିଙ୍କୁ ଜ୍ଞାନ ଦେଉଛି। ଏଦିଗରେ ନିଆରା ପରିକଳ୍ପନା ହେଉଛି ପାର୍ବଣ କୁଇଜ୍ ଯାହା ୫ ବର୍ଷ ଧରି ଚାଲିଆସୁଛି। ପାର୍ବଣ କୁଇଜ୍ ପାଇଁ ସବୁବର୍ଗର ପାଠକପାଠିକା ଖବରକାଗଜ ସହ ଯେଡ଼ି ହେଉଛନ୍ତି। ଏଭଳି ସ୍ନେହ ଓ ଭଲ ପାଇବା ‘ପ୍ରମେୟ' ପରିବାରକୁ କେବଳ ଉତ୍ସାହିତ କରୁନି ବରଂ ପ୍ରେରଣା ଯୋଗାଉଛି।

‘ପ୍ରମେୟ’, ‘ନ୍ୟୁଜ-୭' ପକ୍ଷରୁ ଆୟୋଜିତ ‘ପ୍ରମେୟ ପାର୍ବଣ କୁଇଜ: ସିଜନ୍-୬ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ମତ ରଖିଛତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଉପସଭାପତି ଶାଶ୍ବତୀ ଦାସ I

ପ୍ରେକ୍ଷାଳୟରେ ଏହି ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। ପାଠକ ଓ ପ୍ରତିଯୋଗୀମାନଙ୍କ ଗହଳିରେ ପଡ଼ୁଥିଲା ସୋଆ କ୍ୟାମ୍ପସ-୨ ପ୍ରେକ୍ଷାଳୟ। କୌଣସି ଗୋଟିଏ ବି ଚୌକି ଖାଲି ନଥିଲା। ଖାଲି ଭୁବନେଶ୍ବର ନୁହେଁ, ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସହର ଓ ଗାଁରୁ ୧୦୦ ଜଣ ପ୍ରତିଯୋଗୀ ସପରିବାର ଏକାଠି ହୋଇଥିଲେ। କୁଇଜ୍ରେ ଭାଗ ନେଇ ଓଡ଼ିଶାର ସଂସ୍କୃତି, ପରମ୍ପରା ବିଷୟରେ ଜାଣିବାର ଯେଉଁ ଉତ୍ସୁକତା ଥିଲା, ଆଜି ପୁରସ୍କାର ନେବା ବେଳେ ସେହି ଓଡ଼ିଶାର ସଂସ୍କୃତି, ପରମ୍ପରା ବିଷୟରେ ଜାଣୁଛନ୍ତି ଯୁବପିଢ଼ି ପ୍ରତିଦ୍ଵନ୍ଦିତା ମୂଳକ ନୁହେଁ ପାଠକଙ୍କୁ ଯୋଡ଼ିବା ଲକ୍ଷ୍ୟ।