ପୁରୀ: ଆଗରେ ସେଲୁନ ଦୋକାନ କିନ୍ତୁ ପଛରେ ଖେଳ ଅଲଗା ପ୍ରକାରର। ଦୋକାନର ମୂଖ୍ୟ ଦ୍ଵାରକୁ କପଡ଼ା ସ୍କ୍ରିନ୍ ପକାଇ ବନ୍ଦ କରି ଚାଲେ ଟଙ୍କାର ବାଜି। ସବୁବେଳେ ସମୟ ଠିକ୍‌ ନୁହେଁ। ୬ ଜଣ ଅଭିଯୁକ୍ତଙ୍କୁ ଯୁକ୍ତ ଗିରଫ କଲା ପୁରୀ ଟାଉନ ଥାନା ପୋଲିସ। ଶ୍ରୀକୃଷ୍ଣ ସିନେମା ହଲ ଗଳିରେ ଥିବା ଏକ ସେଲୁନ୍ ଦୋକାନରେ ଛଅ ଜଣ ତାସ ଦ୍ଵାରା ଜୁଆ ଖେଳୁଥିଲେ।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ସେଲୁନ ଦୋକାନର ମୂଖ୍ୟ ଦ୍ଵାରକୁ କପଡ଼ା ସ୍କ୍ରିନ୍ ପକାଇ ବନ୍ଦ କରି ଟଙ୍କା ବାଜି ଲଗାଇ ଦୁର୍ବୃତ୍ତ ମାନେ ଜୁଆ ଖେଳର ଆଡ୍ଡା ଜମାଇଥିଲେ। ଜୁଆ ଆଡ୍ଡାରୁ ନଗଦ ୩୨ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍ ଓ ୫୫ଟି ତାସ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଚୁଡଙ୍ଗ ସାହିର ବିଜୟ ଭୋଳ, ଜ୍ଞାନରଞ୍ଜନ ବେହେରା, ମାର୍କଣ୍ଡେଶ୍ୱର ସାହିର ନୀଳମାଧବ ମହାନ୍ତି, ବାଲିସାହି ର ସୁକୁମାର ପାଢ଼ୀ, ମିଶ୍ର ସାହିର ଶିବ ପ୍ରସାଦ ପରିଡା ଏବଂ ପୁରୀ ସଦର ଥାନା ଅଞ୍ଚଳର ସାହେବ ଦାସ।

ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟକୁ ଚାଲାଣ କରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଜୁଆଖେଳ ଏବଂ ନିଶା କାରବାର ବିରୋଧରେ ପୁରୀ ପୋଲିସ ର ଚଢ଼ାଉ ଜାରି ରହିଛି ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।