ମୁମ୍ଵାଇ ୨୧।୦୩; ଆକ୍ସନ ଥ୍ରୀଲର ଫିଲ୍ମ 'ଧୁରନ୍ଧର' । ଫିଲ୍ମର ନାଁ ଯେପରି କାହାଣୀ ବି ସେମିତି । ବକ୍ସଅଫିସ୍ରେ ଭାଙ୍ଗିଲାଣି ରେକର୍ଡ । ଦର୍ଶକଙ୍କ ମୁହଁରେ ଏବେ 'ଧରନ୍ଧର'ର ପ୍ରଶଂସା । ବଲିଉଡ୍ ନୁହେଁ ସାଉଥ୍ ଷ୍ଟାର ମଧ୍ୟ 'ଧୂରନ୍ଧର ୨'କୁ କରୁଛନ୍ତି ପ୍ରଂଶସା । ଅଲ୍ଲୁ ଅର୍ଜୁନ, ରାମ ଚରଣ ଏବଂ ମହେଶ ବାବୁ ଧୁରନ୍ଧର ୨କୁ ଖୁବ୍ ପସନ୍ଦ କରିଛନ୍ତି । ଏହାକୁ ନେଇ ଏବେ ପ୍ରକାଶ ରାଜ ସାଉଥ୍ ଷ୍ଟାରଙ୍କ ଉପରେ ବର୍ଷିଛନ୍ତି ।

ପ୍ରକାଶ ରାଜ ତାଙ୍କ X ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, "ମୁଁ 'ଧୁରନ୍ଧର' ଠାରୁ ବହୁତ ଦୂରରେ... ତୁମେ ମଧ୍ୟ କି ? #justasking।" ଏହା ସହ ସେ 'ଧୁରନ୍ଧର ୨'କୁ କଟାକ୍ଷ କରିବା ସହ ଦକ୍ଷିଣ ତାରକାମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେ ଟ୍ୱିଟ୍କୁ ରିଟ୍ୱିଟ୍ କରିଥିଲେ, ଯେଉଁଥିରେ ଲେଖାଥିଲା, "ଅଲ୍ଲୁ ଅର୍ଜୁନ, ବିଜୟ ଦେବରକୋଣ୍ଡା, ଜୁନିଅର ଏନଟିଆର ଏବଂ ମହେଶ ବାବୁ 'ଧୁରନ୍ଧର ୨'କୁ ପ୍ରଶଂସା କରିଛନ୍ତି । କ'ଣ କୌଣସି ବଲିଉଡ ଷ୍ଟାର ଟ୍ୱିଟ୍ କରିଛନ୍ତି ?" ଏହାକୁ ରିଟ୍ୱିଟ୍ କରି ପ୍ରକାଶ ରାଜ ଲେଖିଛନ୍ତି, "ଦାବିର ଭାର ଏବେ ଦକ୍ଷିଣରେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛି ।" ଏହାର ଅର୍ଥ ହେଉଛି ଏବେ ସାଉଥ ତାରକାମାନଙ୍କୁ ମଧ୍ୟ କୁହାଯାଇଛି ଯେ ସେମାନଙ୍କୁ ଫିଲ୍ମର ପ୍ରଶଂସା କରିବାକୁ ପଡିବ, ଏହା ସେମାନଙ୍କର କର୍ତ୍ତବ୍ୟ ।

ଖାସି ସେତିକି ନୁହେଁ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ସ୍ପଷ୍ଟ ମତ ପାଇଁ ଜଣାଶୁଣା ପ୍ରକାଶ ରାଜ, ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଯେଉଁମାନେ "ଧୁରନ୍ଧର ୨" ର ସମାଲୋଚନାର ଉତ୍ତର ନ ଦେଇ ପ୍ରଶଂସା କରୁଛନ୍ତି । ପ୍ରକାଶ ରାଜ ତାଙ୍କ ଘରର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ରେଡିଓ ବାଜୁଛି, "ଅଭି ନା ଜାଓ ଛୋଡକର କି ଦିଲ ଅଭି ଭରା ନାହିଁ" ଗୀତ ବାଜୁଛି । ପ୍ରକାଶ ରାଜ ବିଜେପି ଏବଂ ଏହାର ନୀତିଗୁଡ଼ିକର ଆରମ୍ଭରୁ ହିଁ ସମାଲୋଚନା କରି ଆସୁଛନ୍ତି, ଖୋଲାଖୋଲି ଭାବରେ କହୁଛନ୍ତି । ସେ ବାରମ୍ବାର ବିଜେପି ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି ଏବଂ ବିବାଦରେ ମଧ୍ୟ ଫସିଛନ୍ତି । ଏହି ସମୟରେ, "ଧୁରନ୍ଧର ୨"କୁ ପ୍ରଚାର ବୋଲି କହିଛନ୍ତି । ଫିଲ୍ମର ସଂଳାପ, "ହିନ୍ଦୁମାନେ ଏକ କାପୁରୁଷ ସମ୍ପ୍ରଦାୟ," ବିମୁଦ୍ରାକରଣର ଚିତ୍ରଣକୁ ନେଇ ମଧ୍ୟ ବିବାଦ ସୃଷ୍ଟି କରିଥିଲା ।

Also Read- Monalisa Husband: ବିବାହର ୧୦ ଦିନ ପରେ ଫରମାନ ବିଷୟରେ ବଡ଼ ଖୁଲାସା, ନିର୍ମାତା ସନୋଜ କହିଲେ- ମୋନାଲିସାଙ୍କୁ ଫସେଇ ବାହାହୋଇଛନ୍ତି