ଭୁବନେଶ୍ଵର: ସଂପ୍ରତି ତତଲା କଡ଼େଇରେ ଓଡ଼ିଶା। ଭୀଷଣ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସେପଟେ ଘନ ଘନ ବିଜୁଳିକାଟ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଏହା ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର ଏହି ବରିଷ୍ଠ ଆଇଏଏସ ଅଫିସରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଥିଲେ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ୨୦୨୫ ଏପ୍ରିଲ ୮ରୁ ସେ ଓଇଆରସି ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ହଠାତ୍ ତାଙ୍କର ଏହି ଇସ୍ତଫାକୁ ନେଇ ଏବେ ପ୍ରଶାସନିକ ସ୍ତରରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି କି ନାହିଁ, ସେ ନେଇ ଆନୁଷ୍ଠାନିକ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।

Also Read: SIR ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ: ଗ୍ରୀଷ୍ମ ପ୍ରବାହକୁ ଦେଖି ବଦଳିଲା ଫିଲ୍ଡ ଓ୍ବାର୍କ ସମୟ

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱରୁ ଆରମ୍ଭ କରି ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାର ନିଷ୍ଠାର ସହ ତୁଲାଇଥିଲେ । ୨୦୨୩ ମାର୍ଚ୍ଚ ପହିଲାରୁ ସେ ମୁଖ୍ୟ ଶାସନ ସଚିବ ଭାର ଜୁନ୍ ୩୦ , ୨୦୨୪ ଯାଏଁ ସମ୍ଭାଳିଥିଲେ । ଏ ସମୟରେ ସେ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ।