ଭୁବନେଶ୍ବର ୨୫।୫: ରାଜ୍ୟରେ ଆଗାମୀ SIR ୨୦୨୬ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂଆ  ନିର୍ଦ୍ଦେଶ । ମେ' ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଘରକୁ ଘର ବୁଲା ଏବଂ ପଞ୍ଜୀକରଣ ଶିବିର ପରି କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଗ୍ରୀଷ୍ମ ପ୍ରବାହର ପ୍ରଭାବରୁ କ୍ଷେତ୍ର କର୍ମଚାରୀ ଓ ସାଧାରଣ ଭୋଟରଙ୍କୁ ରକ୍ଷା କରିବା ପାଇଁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ତଥା ଜିଲ୍ଲାପାଳ ମାନଙ୍କୁ ଏହି ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । 

Also Read:- ବରଗଡ଼ରେ କାଳବୈଶାଖୀର ତାଣ୍ଡବ, ୨ ରିକ୍ସା ଚାଳକ ଗୁରୁତର

ବଦଳିଲା କାର୍ଯ୍ୟ ସମୟ:

ଦ୍ୱିପ୍ରହରରେ କ୍ଷେତ୍ର ପରିଦର୍ଶନ ମନା । ଦିନର  ଦ୍ୱିପ୍ରହର ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ପ୍ରକାରର ବାହ୍ୟ କାର୍ଯ୍ୟକ୍ରମ କିମ୍ବା ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା କରାଯାଇପାରିବ ନାହିଁ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ  ଓ ସଂଧ୍ୟାରେ  ୪ଟାରୁ ସନ୍ଧ୍ୟା ୭ଟ ପର୍ଯ୍ୟନ୍ତ ଫିଲ୍ଡ ଓ୍ବାର୍କ କରିବେ ।

ଏହାସହ  କର୍ମଚାରୀ ମାନେ ଡ୍ୟୁଟି ସମୟରେ ନିଜ ସାଙ୍ଗରେ ଏକ ଜରୁରୀକାଳୀନ କିଟ୍ ରଖିବା ବାଧ୍ୟତାମୂଳକ କରାଯାଇଛି । ଏଥିରେ ​ପିଇବା ପାଣି ବୋତଲ, ଓଆରଏସ୍ ​ଟୋପି ଛତା ​ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍ ସହ କାର୍ଯ୍ୟ ସମୟରେ ହାଲୁକା ରଙ୍ଗର ଢିଲା ସୁତା ପୋଷାକ ପିନ୍ଧିବା ଓ ମୁଣ୍ଡରେ ଗାମୁଛା, ଟୋପି କିମ୍ବା ଛତାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

​​​​​​​