କଟକ ୦୨।୦୫ : ରାଜ୍ୟ ରାଜନୀତିରେ ପୁଣି ନୂଆ ଚର୍ଚ୍ଚା ଏବଂ ଆଲୋଚନା । ବିଜୁ ଲିଗାସୀ ପାଇଁ ପଡ଼ିକ କି ମୂଳଦୁଆ ? ନା ରାଜ୍ୟରେ ଗଠନ ହେବ ନୂଆ ଦଳ । ଏପରି ଅନେକ ପ୍ରସଙ୍ଗ ଆଜି ଚର୍ଚ୍ଚାର ବିଷୟ । କାହିଁକି ନା ରାଜ୍ୟସଭା ନିର୍ବାଚନ ପରେ ଦିଲ୍ଲୀପ ରାୟ ଜଣେ ଜଣେ ବରିଷ୍ଠ ନେତାଙ୍କୁ ଭେଟିଛୁନ୍ତି । ପ୍ରଥମେ ମୋକିମ ଆଉ ଏବେ ପ୍ରଭାତ ବିଶ୍ୱାଳ ଏବଂ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଭେଟିଛନ୍ତି ।

Also Read:-କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, ଜିତୁ ମୁଣ୍ଡା ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ...

ଖବର ଅନୁଯାୟୀ, ଶନିବାର ସକାଳ ୧୦ଟାରେ ସାଂସଦ ଦିଲ୍ଲୀପ ରାୟ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହି ଭେଟ୍ଘାଟ୍ରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସହ ପ୍ରାୟ ୨୦ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଗୁପ୍ତ ବୈଠକ କରିଥିଲେ। ପରେ ବିଧାୟକ ସୌଭିକ ବିଶ୍ଵାଳ ଓ ତାଙ୍କ ମାଆ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳ, ଝିଅଙ୍କ ସହ କଥାବାର୍ତ୍ତା କରି ଫେରିଥିଲେ ।

ସେହିପରି ରବିବାର ଦିନ ପ୍ରଭାତ ବିଶ୍ଵାଳ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ପ୍ରାୟ ୧୫ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ କରିବେ। ଏହି ବୈଠକରେ ରାଜନୈତିକ ଯୋଜନା ଓ ଆଗାମୀ କୌଶଳ ନେଇ ଆଲୋଚନା ହୋଇଥିବା ବେଶ ଚର୍ଚ୍ଚା ହେଉଛି। ବିଜେଡିକୁ ନିଲମ୍ବିତ ପରେ ପ୍ରଭାତ ବିଶ୍ୱାଳ କେଉଁ ଦଳକୁ ଯିବେ, ତାକୁ ଅନେକ ଚର୍ଚ୍ଚା ଚାଲିଛି ।

Watch Video:-