ଭୁବନେଶ୍ବର ୨୭।୭: ପାଠ୍ଯପୁସ୍ତକ ତ୍ରୁଟି ପ୍ରସଙ୍ଗରେ ତେଜିଲା ରାଜନୀତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ଯପୁସ୍ତକ ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଏ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେଡି ଦୁଇରୁ ତିନି ସପ୍ତାହ ହେବ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛି । ସେ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ ।

Also Read:- ଲଗାଣ ବର୍ଷା ଓ ସମ୍ଭାବ୍ଯ ବନ୍ୟା ସ୍ଥିତିକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା, ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

ସେପଟେ ଜବାବରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ । ସେ କହିଛନ୍ତି, ନୀତି ନୈତିକତାର ପାଠ ନ ପଢାନ୍ତୁ । ଗତ ସରକାର ସମୟରେ ଅନେକ ବିଭ୍ରାଟ ହୋଇଥିଲା । ପରୀକ୍ଷା ତ୍ରୁଟି ମଧ୍ୟ ଦେଖା ଦେଇଥିଲା, ସେତେବେଳେ କେତେ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ । ରାଜ୍ୟ ସରକାର ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ପଦକ୍ଷେପ ନେଉଛନ୍ତି । ଇସ୍ତଫା ଦେଇଦେଲେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ । ସରକାର ଏବଂ ନେତୃତ୍ବ ସେ ଦିଗରେ ଚିନ୍ତା କରୁଛନ୍ତି ବୋଲି ଲକ୍ଷ୍ମଣ ବାଗ୍ କହିଛନ୍ତି ।