ଭୁବନେଶ୍ୱର: ପୋଲିସ୍ ସେବା କ୍ଷେତ୍ରରେ ଉତ୍କୃଷ୍ଟ ଓ ସାହସିକ କାର୍ଯ୍ୟ ପାଇଁ ୨୦୨୬ ବର୍ଷର ପୋଲିସ୍ ସେବା ପୁରସ୍କାର ଘୋଷଣା କରାଯାଇଛି। ଏଥର ଓଡ଼ିଶାର ୧୭ ଜଣ ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯିବ।

ଘୋଷଣା ଅନୁଯାୟୀ, ଓଡ଼ିଶାର ୫ ଜଣ ପୋଲିସ୍ କର୍ମଚାରୀଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯିବ। ସେହିପରି ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ।

ଏହି ତାଲିକାରେ ଓଡ଼ିଶା ପୋଲିସର ADG ସଂଜୀବ ପଣ୍ଡାଙ୍କ ନାମ ରହିଛି। ତାଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ। ସେହିପରି DSP ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି।

also read- ହଠାତ ସୁନା ନଦୀରେ ମାଡ଼ି ଆସିଲା ବନ୍ୟା : ପାଣିରେ ବୁଡିଗଲା ରାସ୍ତା ଓ ତଳି ଅଞ୍ଚଳ

ଦାୟିତ୍ୱ ପ୍ରତି ନିଷ୍ଠା, ସାହସିକତା ଓ ଉତ୍କୃଷ୍ଟ ପୋଲିସ୍ ସେବାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଏ। ଓଡ଼ିଶାର ୧୭ ଜଣଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯିବା ରାଜ୍ୟ ପୋଲିସ୍ ବାହିନୀ ପାଇଁ ଏକ ଗୌରବର ବିଷୟ।
Watch Video-