ଯାଜପୁର ୧୩।୦୫ : ଝୁଲିପଡ଼ିଲେ ପ୍ରେମୀ ଯୁଗଳ । ବରଗଛରେ ଜୀବନ ହାରିଲେ ଦୁଇ ପ୍ରେମୀ । ବରଗଛରେ ଓଢଣୀ ଲଗାଇ ଝୁଲିପଡ଼ିଛନ୍ତି ଯୁବକ-ଯୁବତୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତର ଇଶ୍ୱରପୁର ଗାଁରୁ ଆସିଛି ଏମିତି ଏକ ଦୁଃଖଦ ଖବର ।

ଖବର ଅନୁଯାୟୀ, ମୃତ ଯୁବକ ଜଣଙ୍କ ଶୁଶୁଆ ପଞ୍ଚାୟତର ଇଶ୍ୱରପୁର ରାଜଜେନା ସାହି ମଙ୍ଗଳୁଦାସଙ୍କ ପୁଅ ସମୀର ଦାସ (୨୨ ବର୍ଷ ବୟସ) ଏବଂ ମଲ୍ଲିକାପୁର ପଞ୍ଚାୟତ ମହାନ୍ତି ପାଟଣା ଗାଁରେ ରବିନ୍ଦ୍ର ମଲ୍ଲିକଙ୍କ ଝିଅ ସୁରେଖା ମଲ୍ଲିକ (୨୦ ବର୍ଷ) । ଦୀର୍ଘ ଦିନ ଧରି ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ହେଲେ ଏମିତି କଣ ହେଲା, ଉଭୟ ଆତ୍ମହତ୍ୟା ପାଇଁ ନେଲେ ନିଷ୍ପତ୍ତି । ଇଶ୍ୱରପୁର ଗାଁର ଏକ ବରଗଛରେ ଯୁବତୀ-ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ଗାଁ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ତଦନ୍ତ ମଧ୍ୟ ଜାରି ରଖିଛି ।

Also Read:-Balianta Case : ନିର୍ଘାତ ମାଡ଼ ଖାଇବା ସତ୍ତ୍ୱେ ସୌମ୍ୟ କାହିଁକି ଅସ୍ୱାଭାବିକ ଆଚରଣ କରୁଥିଲେ ? ପର୍ଦ୍ଦାଫାଶ ହେଲା ଷ୍ଟେରୋଏଡ୍ ଥିଓରୀ

ତେବେ ଏଭଳି କାହିଁକି ଆତ୍ମ ହତ୍ୟା କଲେ ତା ଜଣା ପଡ଼ିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା, ତା ପୋଲିସ ତଦନ୍ତ ପରେ ହିଁ ଜଣା ପଡ଼ିବ। ମୃତ ଯୁବକ କେରଳର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ୧୫ ଦିନ ହେବ ସେ ଘରକୁ ଆସିଥିଲେ। କିନ୍ତୁ ଯୁବକ ଓ ଯୁବତୀ ଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟଅଞ୍ଚଳରେ ଶୋକକୂଳ ପରିବେଶ ସୃଷ୍ଟି କରିଛି। ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି।