ଭଞ୍ଜନଗର: ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଗୁପ୍ତ ପଲ୍ଲୀ ଗାଁ ମୁଣ୍ଡରେ ମଙ୍ଗଳବାର ସକାଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଜବତ କରିଛି ପୁଲିସ। ମୃତକ ହେଉଛନ୍ତି ଚଢ଼ିଆପଲ୍ଲୀ ଗାଁର ଲୋଚନ କୁମାର ବେହେରା । ଜଗନ୍ନାଥ ପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ସକାଳୁ ପ୍ରଥମେ ସେହି ଗ୍ରାମବାସୀ ଗାଁ ଶେଷ ମୁଣ୍ଡରେ ଜଣେ ଯୁବକଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଅଂଚଳରେ ଜୁଆ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଲୋକେ ସନ୍ଦେହ କରୁଛନ୍ତି। ଲୋଚନର ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାର ମୃତ୍ୟୁ ଘଟିଥିବା ଜଣା ପଡୁଛି । ସେ ଗତ ରାତିରେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇନଥିଲେ।

ହେଲେ ମଙ୍ଗଳବାର ସକାଳୁ ମୃତ ଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏହା ଲୋଚନଙ୍କ ଶବ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଉକ୍ତ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

Also Read: ଅର୍ଚ୍ଚିତାଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଖୋଜୁଛି ପୋଲିସ