PM Modi on Women's Reservation Bill: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ଫେଲ୍ ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବିଲ୍ ପାରିତ ହୋଇ ନପାରିବା ପାଇଁ ସେ ବିରୋଧୀଙ୍କୁ ଦାୟୀ କରିଛନ୍ତି। ବିରୋଧୀ ଦଳ ନିଜ ସ୍ୱାର୍ଥ ପାଇଁ ବିଲ୍ ପାସ୍ ହେବାରେ ବାଧା ଦେଇଛନ୍ତି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶର ନାରି ଶକ୍ତି ସବୁ ଦେଖୁଛନ୍ତି। ବିଲ୍ ଫେଲ୍ ହେବା ପରେ ମୋତେ ବହୁତ ଦୁଃଖିତ ଲାଗିଥିଲା। ମୋଦୀ ତାଙ୍କର ୩୦ ମିନିଟର ଭାଷଣ ଶେଷ କରିବା ବେଳେ ତାଙ୍କ ସରକାରର ଦୃଢ଼ ମନୋବଳ ଥିବା ଦର୍ଶାଇଥିଲେ। ଆମର ଆତ୍ମବଳ ଅଜେୟ ଏବଂ ତାଙ୍କ ସରକାର ଏପର୍ଯ୍ୟନ୍ତ ହାର ମାନି ନାହିଁ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ମହିଳା ଶକ୍ତିକୁ ଚାପି ଦିଆଯାଇଛି ଏବଂ ସେମାନଙ୍କ ସ୍ୱପ୍ନକୁ ନିର୍ମମ ଭାବରେ ଦଳିମକଚି ଦିଆଯାଇଛି। ସରକାର ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ସଫଳତା ପାଇ ନଥିଲେ ଏବଂ ନାରୀ ଶକ୍ତି ବନ୍ଦନା ଆଇନ ସଂଶୋଧନ ହୋଇପାରିଲା ନାହିଁ। ବିରୋଧୀ ବିଲ୍‌କୁ ଫେଲ୍ କରାଇ ଭୃଣ ନଷ୍ଟ କରିଛି ବୋଲି ମୋଦୀ କହିଛନ୍ତି।

Also Read- ତାମିଲନାଡୁ ନିର୍ବାଚନ: ନିଜ ପାଇଁ ଆଉ ଏକ କାର୍ଯ୍ୟକାଳ ନିଶ୍ଚିତ କରିପାରିବେ କି ଏମ.କେ.ଷ୍ଟାଲିନ?

ଆମ ଆତ୍ମବଳ ଅଜେୟ

​​​​​​​ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ବିଲ୍ ପାସ୍ କରିବା ପାଇଁ ଆବଶ୍ୟକ ୬୬ ପ୍ରତିଶତ ଭୋଟ୍ ପାଇ ନାହୁଁ, କିନ୍ତୁ ମୁଁ ଜାଣିଛି ଯେ ଦେଶର ୧୦୦% ମହିଳାଙ୍କ ଆଶୀର୍ବାଦ ଆମ ସହିତ ଅଛି। ଦେଶର ମହିଳାମାନଙ୍କୁ ଆଶ୍ୱାସନା ଦେଇ ପିଏମ କହିଥିଲେ ଯେ ଏହା କାର୍ଯ୍ୟକାରୀ କରିବାରେ ଯେକୌଣସି ପ୍ରତିବନ୍ଧକକୁ ସେ ଦୂର କରିବେ। ଗତକାଲି, ଆମର ସଂଖ୍ୟାର ଅଭାବ ଥିଲା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହାରିଗଲୁ। ଆମର ମନୋବଳ ଅଟଳ। ଭବିଷ୍ୟତରେ ଆମକୁ ଅନେକ ସୁଯୋଗ ମିଳିବ।

Alos Read- ସୋମବାର ଅଧିବେଶନ ଡକାନ୍ତୁ, ପୁରୁଣା ବିଲ୍ ଆଣନ୍ତୁ; ସରକାରଙ୍କୁ ପ୍ରିୟଙ୍କାଙ୍କ ଚ୍ୟାଲେଞ୍ଜ

କଂଗ୍ରେସକୁ ଆକ୍ରମଣ

ଅଧଘଣ୍ଟିଆ ଭାଷଣର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦେଶ ହିତରେ ଯେକୌଣସି କାମ ଆସିଲେ କଂଗ୍ରେସ ଏହାକୁ ଅଟକାଇ ଦିଏ ବୋଲି ମୋଦୀ କହିଛନ୍ତି। ଏଥିପାଇଁ ଦେଶ ଆଜି ଯେଉଁଠି ପହଞ୍ଚିବାର ଥିଲା, ସେଠି ପହଞ୍ଚିପାରି ନାହଁ। ଝୁଲେଇ ରଖିବା ଅଟକାଇବା କଂଗ୍ରେସର କାମ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଦେଶର ପ୍ରତ୍ୟେକ ଆବଶ୍ୟକୀୟ ସଂଶୋଧନକୁ ବିରୋଧ କରେ। ସେମାନେ ଜନଧନ, ଆଧାର, ଡିଜିଟାଲ ପେମେଣ୍ଟ, ଜିଏସଟି, ଗରିବଙ୍କ ପାଇଁ ସଂରକ୍ଷଣ, ତିନି ତଲାକ ଆଇନ ଏବଂ ଧାରା ୩୭୦କୁ ଉଚ୍ଛେଦ ସମେତ ସବୁକିଛିକୁ ବିରୋଧ କରିଛନ୍ତି। ସେମାନେ ସମାନ ନାଗରିକ ସଂହିତା ଭଳି ସଂଶୋଧନ ମଧ୍ୟ ବିରୋଧ କରନ୍ତି। ସଂଶୋଧନ କଥା କହିବା ମାତ୍ରେ, କଂଗ୍ରେସ ପ୍ରତିବାଦ କରିବା ଆରମ୍ଭ କରେ। ସେମାନେ ଦେଶକୁ ମଜବୁତ କରୁଥିବା ଯେକୌଣସି କାର୍ଯ୍ୟକୁ ବାଧା ଦିଅନ୍ତି। ସେମାନେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଏବଂ ଅନୁପ୍ରବେଶକାରୀଙ୍କ ବହିଷ୍କାରକୁ ମଧ୍ୟ ବିରୋଧ କରିଛନ୍ତି ବୋଲି ମୋଦୀ କହିଛନ୍ତି।

କଂଗ୍ରେସକୁ ମହିଳା ବିରୋଧୀ କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ସୀମା ନିର୍ଦ୍ଧାରଣ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି। କୌଣସି ରାଜ୍ୟର ପ୍ରତିନିଧିତ୍ୱ କିମ୍ବା ଏହାର ଅଂଶ ହ୍ରାସ କରାଯିବ ନାହିଁ। ବରଂ ସମସ୍ତ ରାଜ୍ୟର ଆସନ ସମାନ ଅନୁପାତରେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ସର୍ବଦା ମହିଳା ସଂରକ୍ଷଣ ବିରୋଧରେ ରହିଆସିଛି ଏବଂ ସବୁବେଳେ ଏଥିରେ ବାଧା ସୃଷ୍ଟି କରିଛି। ଏଥର ମଧ୍ୟ ବିଭିନ୍ନ ବାହାନା ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରାଯାଇଛି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ଏକବିଂଶ ଶତାବ୍ଦୀର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ 'ମହାଯଜ୍ଞ' ଥିଲା ବୋଲି କହିଛନ୍ତି। ବିରୋଧୀ ଦଳମାନେ ଦେଶର ନାରୀଶକ୍ତି ଓ ସମ୍ବିଧାନ ଦୁଇଜଣଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ମୋଦୀ କହିଛନ୍ତି।

 

ଅପମାନ ଭୁଲିବନି ନାରୀ ଶକ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ "ମହିଳାମାନେ ସବୁକିଛି ଭୁଲିପାରିବେ, କିନ୍ତୁ ସେମାନେ କେବେ ନିଜର ଅପମାନ ଭୁଲିପାରିବେ ନାହିଁ। ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଏହି ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ଯେତେବେଳେ ଦେଶର ମହିଳାମାନେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଏହି ନେତାମାନଙ୍କୁ ଦେଖିବେ, ସେମାନେ ମନେ ରଖିବେ ଯେ ଏହି ଲୋକମାନେ ସଂସଦରେ ମହିଳା ସଂରକ୍ଷଣକୁ ଅବରୋଧ କରିବା ପାଇଁ ଉତ୍ସବ ପାଳନ କରିଥିଲେ।"

ବିପକ୍ଷ ଉପରେ ବର୍ଷିଲେ

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର ପରିଣାମ ଦେଶର ମହିଳାମାନେ ଭୋଗ କରିବାକୁ ପଡ଼ିଲା। ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକୁ ଯାହା କଲେ, ଏଥିପାଇଁ ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ। ଏହି ଦଳଗୁଡ଼ିକ ସମ୍ବିଧାନର ନିର୍ମାତାଙ୍କ ଭାବନକୁ ବି ଆଘାତ ଦେଇଛନ୍ତି ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ ଗତକାଲି ବିଲ୍ ଫେଲ୍ ହେବା ପରେ କିଛି ଲୋକ ମେଜ୍‌ରେ ହାତ ବାଡ଼େଇ ତାଳି ମାରିଲେ, ଏହା ନାରୀ ସ୍ୱାଭିମାନ ଓ ଆତ୍ମସମ୍ମାନ ପ୍ରତି ଆଘାତ ଥିଲା ବୋଲି ମୋଦୀ କହିଛନ୍ତି। ବିରୋଧୀ ନାରୀଶକ୍ତିଙ୍କୁ ସହଜରେ ନେଇଯାଉଛି ବୋଲି ମୋଦୀ ଅଭିଯୋଗ ଆଣିଛନ୍ତି। ଶେଷରେ ବିଲ୍ ପାସ ନ ହୋଇପାରିବାରୁ ଦେଶର ମହିଳାମାନଙ୍କୁ ମଧ୍ୟ ମୋଦୀ କ୍ଷମା ମାଗିଛନ୍ତି।