ଉଦଳା ୧୧।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସୀ ହେବାରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଦର୍ଶାଯାଇଛି । ତେବେ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାର କୌଣସି ସତ୍ୟତା ନାହିଁ । କାରଣ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ । ଜୁନ୍ ୪ ତାରିଖରେ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ତଳୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଥିଲା।

ସେପଟେ ଚନ୍ଦ୍ରିକାଙ୍କ ପିଏମ୍ ରିପୋର୍ଟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ସଦସ୍ୟ । ଚନ୍ଦ୍ରିକା ପାଣିରେ ବୁଡିବା ଅସମ୍ଭବ । କାହିଁକି ନା ଯେଉଁ ସ୍ଥାନରୁ ମୃତଦେହ ମିଳିଲା ସେଠାରେ ବହୁତ କମ୍ ପାଣି ଥିଲା । ଏତେ ଉଚ୍ଚରୁ ଡେଇଁ ଅଳ୍ପ ପାଣିରେ ବୁଡିବା ଅସମ୍ଭବ । ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡାଇ ହତ୍ୟା କରାଯାଇଥାଇପାରେ ନଚେତ ଆଉ କେଉଁଠୁ ଶ୍ୱାସରୁଦ୍ଧ କରି ହତ୍ୟା କରି ଆଣି ସେଠାରେ ଫୋପାଡ଼ି ଦିଆଯାଇଥାଇପାରେ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ଭାଇ ।

Also Read:- ରାଜଧାନୀରେ ବଡ଼ ଅଘଟଣ, ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା

OAS ଚାକିରୀ କରୁଥିବା ଏବଂ ତାଙ୍କ ବାପା ପୋଲିସରେ ଚାକିରି କରୁଥିବାରୁ ପୋଲିସ ତାଙ୍କୁ ଅନୁକମ୍ପା ଦେଖାଉଛି। ଘଟଣାରେ କିଛି ହୋଇ ନ ଥିବା ବେଳେ ପୋଲିସର ଏତଲା କପି ସାମ୍ନାକୁ ଆସିବା, ପୁରୁଷ ବନ୍ଧୁ ଆଗୁଆ ଜାମିନ ଆବେଦନ କରିବା ଏବଂ ତା ପରେ ପିଏମ୍ ରିପୋର୍ଟ ଆସିବା ଦର୍ଶାଉଛି ଯେ ପୋଲିସ ପୁରୁଷ ବନ୍ଧୁ ସହିତ ମିଳି ଏଭଳି କରୁଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।