ଭୁବନେଶ୍ୱର ୧୧।୦୬: ଟ୍ରେନରେ ସୁରକ୍ଷିତ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ବାହାନଗାରେ ଏତେ ବଡ଼ ଦୁର୍ଘଟଣା ପରେ ବି ପଶୁନି ଚେତା। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ୍‌ ରାଜ୍ୟର ରାଜଧାନୀରେ ଘଟିଛି । ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ । ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା ହୋଇଛନ୍ତି । ବର୍ତ୍ତମାନ ଯାଏଁ କୌଣସି ମୃତାହତର ସୂଚନା ନାହିଁ । ସେପଟେ ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟ । ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ୍ ନିକଟରୁ ଆସିଲା ଏକ ବଡ଼ ଅଘଟଣର ଖବର । ଗୋଟିଏ ଟ୍ରାକରେ ସାମ୍ନାସାମ୍ନି ଆସିଗଲେ ଦୁଇଟି ଟ୍ରେନ୍ । ଏପିରିକି ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗୋଟିଏ ଟ୍ରେନ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଟ୍ରେନ୍ ସଂପର୍କରେ କୌଣସି ସୂଚନା ମିଳିନାହିଁ।

Also Read:-Sambalpur Accident: ଅଟୋକୁ ପିଟିଲା ସଫାରୀ ଗାଡ଼ି, ଚାଲିଗଲା ବାପ-ଝିଅଙ୍କ ଜୀବନ

ଅନ୍ୟପଟେ ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ? କିଛି ଅଘଟଣ ଘଟିଛି ? ଏଥିପାଇଁ କାହାର ଭୁଲ୍ ? ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ ।