ସୁନ୍ଦରଗଡ଼ ୨୮।୦୬: ଜଳିଗଲା ଫିନାଇଲ ତିଆରି କାରଖାନା। ଦେଖୁ ଦେଖୁ ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର କେମିକାଲ ଓ ସାମଗ୍ରୀ । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଖବର ଅନୁଯାୟୀ, ରବିବାର ସକାଳ ପ୍ରାୟ ୮ଟା ସମୟରେ ରାଜଗାଙ୍ଗପୁର ବାଇପାସ ଲମଲୋଇ ରାସ୍ତା ପାର୍ଶ୍ୱରେ ଥିବା ଶ୍ରୀ ଶ୍ୟାମ ଇଣ୍ଟରପ୍ରାଇଜ ନାମକ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ କାରଖାନରେ ହୁତୁହୁତୁ ହୋଇ ନିଆଁ ବ୍ୟାପିବାକୁ ଲାଗିଥିବା। କାରଖାନାରେ ଥିବା କେମିକାଲ ଓ ପ୍ଲାଷ୍ଟିକ୍ କାରଣରୁ ନିଆଁ ଭୟଙ୍କର ରୂପ ନେଇଥିଲା। ସୂଚନା ପାଇବା ପରେ ପୁଲିସ, ରାଜଗାଙ୍ଗପୁର , କୁତ୍ରା ଓ ସ୍ଥାନୀୟ ଏକ ସିମେଣ୍ଟ କାରଖାନାର ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାରଖାନାରେ କଞ୍ଚାମାଲ ରୂପେ ବିଭିନ୍ନ ଜ୍ବଳନ ଶୀଳ କେମିକାଲରେ ନିଆଁ ଲାଗିଥିବା ଯୋଗୁ ଏହାକୁ ଆୟତ୍ତ କରିବାରେ ସମୟ ଲାଗିଥିଲା।ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ । ତେବେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ନେଇ ସନ୍ଦେହ କରଯାଉଛି । ତଦନ୍ତ ପରେ ପ୍ରକୃତକ କାରଣ ଜଣାପଡ଼ିବ।