ପାରଦୀପ, ୧୧।୧୧ : ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି ମିଶ୍ରିତ ଡିଜେଲ। ଖର୍ଚ୍ଚାନ୍ତ ହେଉଛନ୍ତି ନୀରିହ ଗାଡ଼ି ଚାଲକ। ଏଭଳି ଏକ ଘଟଣା କୁଜଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ରିପୋର୍ଟ ଅନୁସାରେ, ଜଣେ ମହିଳା ଆଇନଜୀବୀ କୁଜଙ୍ଗ ଷଣ୍ଡପୁର ନିକଟ ଇଣ୍ଡିଆନ୍ ଅଏଲ୍ ଟାଙ୍କିରେ ୬୦୨୮ ଟଙ୍କାର ଡିଜେଲ ଭରିଥିଲେ। ତେଲ ଭରିସାରିବା ପରେ ଗାଡ଼ି ଆଉ ଷ୍ଟାର୍ଟ ହୋଇନଥିଲା। ମେକାନିକ୍ ଡାକିବା ପରେ ଗାଡ଼ି ତେଲ ଟାଙ୍କିରୁ ପାଣି ମିଶା ଡିଜେଲ ବାହାରିଥିଲା। ଘଟଣାକୁ ନେଇ ଆଡଭୋକେଟ୍ ଜଣଙ୍କ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ପଚାରିବାରୁ ମ୍ୟାନେଜର ଏବଂ ଷ୍ଟାଫ୍ ତାଙ୍କୁ ଗାଳିଗୁଲଜ କରିଥିବା ଏତଲାରେ ସେ ଦର୍ଶାଇଛନ୍ତି।

Also Read :- ହର୍ମୋଜ ପୁଣି ଅଶାନ୍ତ : ଇରାନର ବାରୁଦ ସୁଡଙ୍ଗରେ ଫସିଗଲେ ତିନି ଟ୍ୟାଙ୍କର, ବିସ୍ଫୋରଣ ପରେ ଲାଗିଗଲା ନିଆଁ

ଏଥି ସହିତ କୁଜଙ୍ଗ ଯୋଗାଣ ଅଧିକାରୀ ଓ ଥାନାକୁ ଖବର ଦେବାପରେ, ଯୋଗାଣ ଅଧିକାରୀ ପେଟ୍ରୋଲ ପମ୍ପରୁ ଡିଜେଲର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ ପାଇଁ ଲାବୋରେଟୋରିକୁ ପଠାଇ ତଦନ୍ତ କରୁଛନ୍ତି। ତେବେ ଡିଜେଲରେ ଜାଲିଆତି ଘଟଣା ଏବେ ସାଧାରଣରେ ଆଲୋଡନ ସୃଷ୍ଟି କରିଥିବା ବେଳେ, ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳା ଓକିଲ।