ନୂଆଦିଲ୍ଲୀ, ୦୮/୧୦ : ଦେଶରେ ଗୁରୁବାର ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ଅକ୍ଟୋବର ୮ରେ ତୈଳ ଦର ଅପରିବର୍ତ୍ତିତ ରହିଛି । ସକାଳ ୬ଟାରେ ସରକାରୀ ତୈଳ କମ୍ପାନୀମାନେ ତୈଳ ଦରର ସମୀକ୍ଷା କରିଛନ୍ତି । ଏହାସହ ଦେଶର ପ୍ରମୁଖ ସହରରେ ଦର ସ୍ଥିର ରହିଛି ।

ଅନ୍ୟ ଦିଗରେ ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହୁହୁ ହୋଇ ବଢିଚାଲିଛି । ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନାର ପ୍ରଭାବ ତୈଳ ଦର ଉପରେ ପଡୁଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଅଶାନ୍ତ ଥିବାରୁ ଇନ୍ଧନ ନେଇ ଆସୁଥିବା ଟ୍ୟାଙ୍କରମାନେ ଅଟକି ରହିଛନ୍ତି । ଯାହା ବୈଶ୍ୱିକ ପରିବହନକୁ ବିଗାଡି ଦେଇଛି ।

ତେବେ ଭାରତୀୟ ତୈଳ କମ୍ପାନୀମାନେ ବଢୁଥିବା ଅଶୋଦ୍ଧିତ ତୈଳର ପ୍ରଭାବ ଗ୍ରାହକଙ୍କ ଉପରେ ପଡିବାକୁ ଦେଇ ନାହାଁନ୍ତି । କିନ୍ତୁ ନାଏରା ଭଳି ଘରୋଇ ତୈଳ କମ୍ପାନୀ ଦରରେ ବୃଦ୍ଧି କରିଛନ୍ତି । ନିକଟରେ କମ୍ପାନୀ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ପିଛା ୩ ଟଙ୍କା ବୃଦ୍ଧି କରିଥିଲା ।

ଗୁରୁବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୨ ପଇସା ଥିବା ବେଳେ ଡିଜେଲ ଦର ୯୫.୨୦ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୧୧ ଟଙ୍କା ୨୧ ପଇସା, କୋଲକାତାରେ ୧୧୩.୫୧ ଟଙ୍କା, ଚେନ୍ନାଇରେ ୧୦୭.୭୭ ଟଙ୍କା ନୋଏଡାରେ ୧୦୧.୯୬ ଟଙ୍କା, ଭୁବନେଶ୍ୱରରେ ୧୦୮.୯୭ ଟଙ୍କା ରହିଛି । ଜୟପୁରରେ ପେଟ୍ରୋଲ ଦର ୧୧୨.୬୬ ଟଙ୍କା, ପାଟନାରେ ୧୧୩.୩୭ ଟଙ୍କା ରହିଛି ।

ସେହିପରି ମୁମ୍ବାଇରେ ଡିଜେଲ ଦର ୯୭.୮୩ ଟଙ୍କା ଥିବା ବେଳେ, କୋଲକାତାରେ ୯୯.୮୨ ଟଙ୍କା, ଚେ୍ନନାଇରେ ୯୯.୫୫ ଟଙ୍କା, ନୋଏଡାରେ ୯୫.୪୪ ଟଙ୍କା, ଭୁବନେଶ୍ୱରରେ ୧୦୦.୬୮ ଟଙ୍କା ଏବଂ ଜୟପୁରରେ ଡିଜେଲ ଦର ଲିଟେର ପିଛା ୯୮. ୨୫ଟଙ୍କା ରହିଛି ।