କୋଲକାତା: ED raid on I-PAC raid, କୋଲକାତାରେ IPAC ବିରୋଧରେ ହୋଇଥିବା ଇଡିର ଚଢାଉ ନେଇ ଉପୁଜିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ଉଭୟ ପକ୍ଷଙ୍କୁ ଆଇନା ଦେଖାଇଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କୌଣସି ଦଳର ନିର୍ବାଚନ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ତେବେ ସେମାନେ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି କୋର୍ଟ କହିଛନ୍ତି।

ସେହିପରି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ତଦନ୍ତରେ ରାଜ୍ୟ ସରକାର କିମ୍ବା ପୋଲିସର ହସ୍ତକ୍ଷେପ ଉପରେ ମଧ୍ୟ କୋର୍ଟ କଠୋର ମତ ରଖିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୌଣସି ରାଜ୍ୟ ସଂସ୍ଥା କିମ୍ବା ପୋଲିସକୁ ଏଭଳି କାର୍ଯ୍ୟକଳାପ ଲିପ୍ତ ରହିବାକୁ ଛାଡ଼ି ଦିଆଯାଇପାରିବ ନାହିଁ।

ଏପରି କହିବା ପରେ କୋର୍ଟ ମମତା ବାନାର୍ଜୀ ସରକାର ଏବଂ ବେଙ୍ଗଲ ପୋଲିସ ବିରୁଦ୍ଧରେ ନୋଟିସ୍ ଜାରି କରିଛନ୍ତି। ସେହିପିରି ଇଡି ଅଧିକାରୀଙ୍କ ବିରୁଦ୍ଧରେ ବେଙ୍ଗଲ ପୋଲିସ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରକୁ ମଧ୍ୟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୩ ରେ ଧାର୍ଯ୍ୟ କରାଯାଇଛି।

ଇଡି ଅଧିକାରୀଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ ଉପରେ ରୋକ୍

ସେପଟେ ବେଙ୍ଗଲ ପୁଲିସ ଦ୍ୱାରା ଇଡି ବିରୁଦ୍ଧରେ କରାଯାଇଥିବା ମାମଲାକୁ କୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ପରବର୍ତ୍ତି ଶୁଣାଣି ଫେବ୍ରୁଆରୀ ୩ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ ସମସ୍ତ ସିସିଟିଭି ଫୁଟେଜ୍, ଅନ୍ୟାନ୍ୟ ଉପକରଣ ଏବଂ ଡକ୍ୟୁମେଣ୍ଟ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଶୁଣାଣି ସମୟରେ, ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ (ଏସଜି) ତୁଷାର ମେହତା ଏବଂ ବେଙ୍ଗଲ ସରକାରଙ୍କ ପକ୍ଷରୁ ହାଜର ହେଉଥିବା ବରିଷ୍ଠ ଓକିଲ କପିଲ ସିବଲଙ୍କ ମଧ୍ୟରେ ପ୍ରବଳ ବାକ୍-ବିବାଦ ହୋଇଥିଲା।

ଏଥିରେ ଏସଜି ମମତା ବାନାର୍ଜୀଙ୍କ ଉପରେ ଫାଇଲ ଚୋରି କରିବାର ଅଭିଯୋଗ ଆଣିଥିଲେ, ସେପଟେ ନିର୍ବାଚନ ପୂର୍ବରୁ ଇଡି କାହିଁକି ଆଇ-ପିଏସିକୁ ଗଲା ବୋଲି ସିବଲ ପ୍ରଶ୍ନ କରିଥିଲେ।