ପାଟନା: ପାଟନାରେ ଖାନ ସାରଙ୍କ କୋଚିଂ ସହ ସଂପର୍କିତ ମାମଲା ଏବେ ନୂଆ ମୋଡ଼ ନେଇଛି। ପୋଲିସ ଏବେ ଖାନ ସାର ଏବଂ ତାଙ୍କ କୋଚିଂ ସେଣ୍ଟରକୁ ନେଇ ପଚରାଉଚୁରା କରୁଛି। ଭାଇରାଲ୍ ଭିଡିଓରେ କଥିତ ଫାଇରିଂ ପରେ ପୋଲିସ ଆକ୍ଟିଭ ହୋଇ ଉଠିଛି ଏବଂ ଖାନ ସାରଙ୍କ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚୁରା ଆରମ୍ଭ କରିଛି। ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

କୋଚିଂ ସେଣ୍ଟରରେ ଜେରା

ଭାଇରାଲ ଭିଡିଓକୁ ଆଧାର କରି ପାଟନା ପୋଲିସ ଖାନ ସାରଙ୍କ ଦୁଇ ବଡ଼ିଗାର୍ଡଙ୍କୁ କଦମକୁଆଁ ଥାନାକୁ ଆଣିଛି। ଘଟଣାର ପଛର ପ୍ରକୃତ ସତ୍ୟାସତ୍ୟ କ’ଣ, ତାହା ଜାଣିବା ପାଇଁ ପୋଲିସ ସମସ୍ତ ଦିଗକୁ ଯୋଡ଼ି ତଦନ୍ତ କରୁଛି।

Also Read: ‘କପଡେ ହୋ ଗୟେ ଛୋଟେ’: ଅନ୍ଲାଇନ୍ ଟ୍ରୋଲିଂ ପରେ ଇନ୍ଷ୍ଟାଗ୍ରାମ୍ ଲାଇଭରେ ବିଷ ପିଇଲେ ରାଜସ୍ଥାନର ଇନଫ୍ଲୁଏନସର

ଏସି ରୁମରେ ‘ସ୍ପେଶାଲ ଟ୍ରିଟମେଣ୍ଟ’

ମିଳିଥିବା ଖବର ଅନୁଯାୟୀ, ପ୍ରଥମେ ଦୁଇ ବଡ଼ିଗାର୍ଡଙ୍କୁ ଥାନାର ଏକ ଏସି ରୁମରେ ବସାଇ ସ୍ପେଶାଲ ଟ୍ରିଟମେଣ୍ଟ ଦିଆଯାଉଥିଲା। ହେଲେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି କ୍ୟାମେରା ଅନ୍ କରି ପ୍ରଶ୍ନ କରିବା ମାତ୍ରେ ପୋଲିସ ତୁରନ୍ତ ସେମାନଙ୍କୁ ସାଧାରଣ ରୁମ୍କୁ ସିଫ୍ଟ କରିଦେଇଥିଲା। ଏହି ଘଟଣାକୁ ନେଇ ଏବେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାଇରାଲ ଭିଡିଓରେ କ’ଣ ଅଛି ?

ଇଣ୍ଟରନେଟରେ ବୁଲୁଥିବା ଏହି ଭିଡିଓରେ ଦୁଇଜଣ ବ୍ୟକ୍ତି ଖୋଲା ଆକାଶକୁ ତିନି ରାଉଣ୍ଡ ଫାୟାରିଂ କରୁଥିବା ଦେଖିବାକୁ ମିଳୁଛି। ଦାବି ହେଉଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ଖାନ ସାରଙ୍କ ବଡିଗାର୍ଡ। ଭିଡିଓରେ ସେହି ଭଙ୍ଗା ବୋର୍ଡ ମଧ୍ୟ ନଜର ଆସୁଛି, ଯାହାକୁ ଗତ ଜୁନ୍ ୨ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ଏହି ଗୁଳିକାଣ୍ଡ ସେହି ରାତିର ହିଁ ଅଟେ।

Also Read: ମମତାଙ୍କୁ ଲାଗିବ ସବୁଠୁ ବଡ ଝଟକା : ତୃଣମୂଳ କଂଗ୍ରେସ ଛାଡି BJPରେ ମିଶିବେ ୨୦ ସାଂସଦ !

ପୂର୍ବରୁ ମନା କରୁଥିଲା, ଏବେ ତଦନ୍ତ ତେଜିଲା

ଗତ ମଙ୍ଗଳବାର ରାତିରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଜଣେ ସୁରକ୍ଷାକର୍ମୀ ଆହତ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପ୍ରାଥମିକ ତଦନ୍ତରେ ପୋଲିସ ଗୁଳିକାଣ୍ଡ ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲା। କିନ୍ତୁ ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ନିଜ ଆଭିମୁଖ୍ୟ ବଦଳାଇଛି ଏବଂ ମାମଲାର ପୁନଃ ଯାଞ୍ଚ ଆରମ୍ଭ କରିଛି।

ତଦନ୍ତ ପରିସରରେ 'କୋଚିଂ ରାଇଭାଲରି'

ପୋଲିସ ଏହି ଘଟଣାରେ ବ୍ୟବହୃତ ହୋଇଥିବା ଦୁଇଟିଯାକ ଅସ୍ତ୍ରଶସ୍ତ୍ରକୁ ଜବତ କରି ଫୋରେନ୍ସିକ ଏବଂ ଲାଇସେନ୍ସ ଯାଞ୍ଚ ପାଇଁ ପଠାଇଛି। ଅନ୍ୟପଟେ, ବ୍ୟବସାୟିକ ଶତ୍ରୁତା ବା 'କୋଚିଂ ରାଇଭାଲରି' ଦିଗକୁ ନେଇ ମଧ୍ୟ ଖୋଳତାଳ ଚାଲିଛି। ଏହି ମାମଲାରେ ପୋଲିସ 'ଜ୍ଞାନ ବିନ୍ଦୁ କୋଚିଂ'ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କୁ ଗିରଫ କରି ବେଉର ଜେଲ୍କୁ ପଠାଇଛି। ତେବେ ରୌଶନ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କ କୋଚିଂ ସେଣ୍ଟରର ଭଲ ରେଜଲ୍ଟ ଯୋଗୁଁ ଈର୍ଷାନ୍ୱିତ ହୋଇ ତାଙ୍କୁ ମିଛ କେସରେ ଫସାଇ ଦିଆଯାଇଛି।