କୋଲକାତା, ୦୪/୦୬ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଅବସ୍ଥା ଭଲ ନାହିଁ । ଦଳ ବିଧାନସଭା ନିର୍ବାଚନ ହାରିବା ପରେ ଗୋଟିଏ ପରେ ଗୋଟିଏ ଅସୁବିଧାର ସାମ୍ନା କରୁଛି । ଦଳର ନେତ୍ରୀ ତଥା ସୁପ୍ରିମୋ ମମତା ବାନାର୍ଜୀ ବି ଦେଖାଦେଇଥିବା ବିଦ୍ରୋହକୁ ରୋକିବାରେ ବିଫଳ ହେଉଛନ୍ତି । ତାଙ୍କ ନିର୍ଦ୍ଦେଶକୁ ଅନ୍ୟ କେହି ଖାତିର କରୁ ନାହାଁନ୍ତି । ଏପରିକି ମମତାଙ୍କ ବୈଠକକୁ ଟିଏମସି ବିଧାୟକମାନେ ଯାଉନଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି ।

ରିପୋର୍ଟ ଅନୁସାରେ, ୨୦ରୁ ଅଧିକ ଟିଏମସି ସାଂସଦ ବିଜେପି ସହ ଯୋଗାଯୋଗରେ ରହିଛନ୍ତି । ସେମାନେ ବିଜେପିରେ ସାମିଲ ହୋଇପାରନ୍ତି । ବରିଷ୍ଠ ନେତାଙ୍କ ସହ ଟିଏମସି ସାଂସଦମାନେ ଏନେଇ ଆଲୋଚନା କରୁଛନ୍ତି । ଦଳ ବଦଳ ନେଇ ମଧ୍ୟ କହିଛନ୍ତି ।

ଏବେ ସଂସଦରେ ଟିଏମସିର ୪୧ ଜଣ ସାଂସଦ ରହିଛନ୍ତି । ଏହାମଧ୍ୟରୁ ଲୋକସଭାରେ ଦଳର ୨୮ ଜଣ ସାଂସଦ ରହଥିବା ବେଳେ ରାଜ୍ୟସଭାରେ ୧୩ ଜଣ ସଦସ୍ୟ ରହିଛନ୍ତି । ଯଦି ୨୦ ଜଣ ଏମପି ବିଜେପିରେ ଯୋଗ ଦିଅନ୍ତି ତେବେ ଏହା ମମତାଙ୍କୁ ବଡ ଝଟକା ଦେବ । ମମତାଙ୍କ ନେତୃତ୍ୱ ଏବଂ ଦଳର ସଙ୍ଗଠନ ଉପରେ ପ୍ରଶ୍ନ ଉଠିବ ।

ଏବେ ଟିଏମସି ସଂସଦରେ ଦ୍ୱିତୀୟ ସର୍ବବୃହତ ବିରୋଧୀ ଦଳ ଅଟେ । ବିଦ୍ରୋହ ହେଲେ ଏହା ବିରୋଧୀ ସମୂହ ଏବଂ ଟିଏମସି ଉପରେ ପ୍ରଭାବ ପକାଇବ । ବିରୋଧୀଙ୍କ ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ । ଦଳର ୬୦ ବିଧାୟକ ସିଧାସଳଖ ମମତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ୍ କରିଛନ୍ତି । ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ସେମାନେ ମମତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ।

Also Read :-ଏକୁଟିଆ ହୋଇଗଲେ ଟ୍ରମ୍ପ ! ନିଜ ଦଳ ବି ସାଥ୍‌ ଦେଲାନି, ଯୁଦ୍ଧ ବନ୍ଦ ପାଇଁ ସଂସଦରେ ପ୍ରସ୍ତାବ ପାରିତ

ଦଳ ନିର୍ବାଚନ ହାରିବା ପରେ ପ୍ରଥମେ ବିଦ୍ରୋହର ସ୍ୱର ଉଠିଥିଲା । ଅନେତ ନେତା ପରାଜୟ ପାଇଁ ଦଳରେ ଚାଲିଥିବା ଦୁର୍ନୀତିକୁ ଦାୟୀ କରିଥିଲେ । ଆରଜି କର୍ ହସ୍ପିଟାଲ ପ୍ରସଙ୍ଗରେ ମମତାଙ୍କ ଆଭିମୁଖ୍ୟ ହିଁ ପରାଜୟର ବଡ କାରଣ ବୋଲି ସେମାନେ ଅଭିଯୋଗ କରିଥିଲେ । ଏମାନଙ୍କ ମଧ୍ୟରୁ ଅନେକ ନେତା ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାମ୍ପରେ ଯୋଗ ଦେଲେଣି ।