ପାଟଣା: ଭୟଙ୍କର ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେଲା ଟ୍ରେଲର- ଯାତ୍ରୀବାହୀ ବସ୍। ଏଥିରେ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କେନ୍ଦୁଝର ବାଉଁଶୁଳି–ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ।

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନ ବେଳେ କେନ୍ଦୁଝରରୁ ଚମ୍ପୁଆ ଅଭିମୁଖେ ଯାଉଥିବା ସାହୁ ନାମକ ପାସେଞ୍ଜର ବସକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲର ଜୋରଦାର ଧକ୍କା ଦେଇଥିଲା। ଏଥିରେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଆହତ ଓ ଗୁରୁତର ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚ ତଦନ୍ତ ଆରମ୍ଭ କରିଛି।

Also Read: ସିରିଜ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ୍, ତିନି ଗୁରୁତର ଆହତ

ସେପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଏହି ବୁଲାଣି ରାସ୍ତା ଅଞ୍ଚଳରେ ପୂର୍ବରୁ ବି ଅନେକ ଦୁର୍ଘଟଣା ଘଟୁଛି। ସୁରକ୍ଷା ସଙ୍କେତ ଓ ସଚେତନତା ଚିହ୍ନ ନଥିବାରୁ ଏଠାରେ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନହାନି ହେଉଥିବା ଅଭିଯୋଗ ହୋଇଛି।