କଟକ: ସିରିଜ ଦୁର୍ଘଟଣା ଘଟାଇ ଓଲଟିଲା ମାଲବାହୀ ଟ୍ରକ୍ । ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ କଟକ ପ୍ରେସ ଛକରେ ଘଟିଛି ଦୁର୍ଘଟଣା।

ସୂଚନା ଅନୁସାରେ, ମାଲବାହୀ ଟ୍ରକଟି ପ୍ରଥମେ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା। ଆଉ ଏହା ପରେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇ ଛକ ନିକଟରେ ଓଲଟି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଅଟୋର ଚାଳକ ସମେତ ଅଟୋରେ ଥିବା ଯାତ୍ରୀ ଆହତ ହୋଇଛନ୍ତି ।

Also Read: ପୋଷ୍ଟ ଅଫିସର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ, ତଳ ମହଲାକୁ ନିଆଁ ବ୍ୟାପିବା ଆଶଙ୍କା

ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ମଧୁପାଟଣା ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛି । ତିନି ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।