ଅଯୋଧ୍ୟା: ଅଯୋଧ୍ୟା ‘ଦୀପୋତ୍ସବ’ ଭାରତୀୟ ସଂସ୍କୃତି ଓ ଆସ୍ଥାର ବୈଶ୍ୱିକ ଉତ୍ସବ ରୂପେ ନିଜର ପରିଚୟକୁ ଆହୁରି ବ୍ୟାପକ କରୁଛି। ଦୀପୋତ୍ସବ-୨୦୨୬ର ଦଶମ ସଂସ୍କରଣରେ ପବିତ୍ର ସରଯୁ ନଦୀର ୫୬ଟି ଘାଟରେ ୩୦ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଆୟୋଜନର ବିଶେଷତା ଏହା ବି ହେବ ଦେଶବିଦେଶରେ ରହୁଥିବା ରାମ ଭକ୍ତ ଡିଜିଟାଲ ଟେକନିକ୍ ମାଧ୍ୟମରେ ନିଜର ଆସ୍ଥାର ପ୍ରଦୀପ ଅଯୋଧ୍ୟାରେ ପ୍ରଜ୍ୱଳିତ କରିପାରିବେ। ଏହିକ୍ରମରେ ଡିଜିଟାଲ ଧାର୍ମିକ ପ୍ଲାଟଫର୍ମ ‘ଶ୍ରୀମନ୍ଦିର’ ପକ୍ଷରୁ ୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଦୀପୋତ୍ସବରେ ସାମିଲ ହେବାର ଅବସର ମିଳିବ।

ଚଳିତବର୍ଷ ଦୀପୋତ୍ସବର ୧୦ମ ସଂସ୍କରଣରେ ସରଯୁର ୫୬ଟି ଘାଟ ଆଲୋକିତ ହେବ। ଏହି ଭବ୍ୟ ଆୟୋଜନରେ ଦେଶ ବିଦେଶର ଅନେକ ବଡ଼ ସଂସ୍ଥା ଯୋଡି ହୋଇଛନ୍ତି। ଏହି କ୍ରମରେ ମହାଆୟୋଜନରେ ଡିଜିଟାଲ ମାଧ୍ୟମରେ ବୈଶ୍ୱିକ ଶ୍ରଦ୍ଧାଳୁଙ୍କ ସହଭାଗିତା ସୁନିଶ୍ଚିତ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଏଥିରେ ଲଗାତାର ପଞ୍ଚମ ବର୍ଷ ‘ଶ୍ରୀ ମନ୍ଦିର’ ଡିଜିଟାଲ ପ୍ଲାଟଫର୍ମ ସହଯୋଗରେ ଅଯୋଧ୍ୟାର ଐତିହାସିକ ରାଜଦ୍ୱାରରେ ୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନର ଯୋଜନା କରାଯାଇଛି। ଏଥିରେ ଶ୍ରଦ୍ଧାଳୁ ଦେଶ ହେଉ ଅଥବା ବିଦେଶ କେଉଁଠାରୁ ହେଲେବି ନିଜ ନାମରେ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ଭକ୍ତିର ପ୍ରଦୀପ ପ୍ରଜ୍ୱଳିତ କରିପାରିବେ। ଏହି ପଦକ୍ଷେପ ଯୋଗୁ ଅଯୋଧ୍ୟା ଦୀପୋତ୍ସବର ପହଞ୍ଚ ଭୌଗଳିକ ସୀମାରୁ ଆଗକୁ ବଢିବ।

ଡିଜିଟାଲ ସହଭାଗିତାରେ ଶ୍ରଦ୍ଧାଳୁ ୧, ୫, ୧୧ ଅଥବା ୨୧ଟି ପ୍ରଦୀପ ଅର୍ପିତ କରିବାର ବିକଳ୍ପ ବାଛିପାରିବେ। ଏହା ପରେ ଅଯୋଧ୍ୟା ରାଜଦ୍ୱାରରେ ପୁରୋହିତ ସମ୍ପର୍କିତ ଶ୍ରଦ୍ଧାଳୁଙ୍କ ନାମ ଓ ଗୋତ୍ରରେ ବିଦ୍ଧିବଦ୍ଧ ସଂକଳ୍ପ କରି ଦୀପ ପ୍ରଜ୍ୱଳିତ କରିବେ। ଏହି ପୁରା ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ ଯାହାକୁ ପରେ ଡିଜିଟାଲ ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ସହିତ ସେୟାର କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଦୂରଦୂରାନ୍ତ ଓ ବିଦେଶରେ ରହୁଥିବା ଭକ୍ତ ଅଯୋଧ୍ୟାରେ ନିଜ ନାମରେ ସମ୍ପନ୍ନ ହୋଇଥିବା ଦୀପ ଅର୍ପଣକୁ ଦେଖି ପାରିବେ। ଦୀପୋତ୍ସବ ୨୦୨୬ରେ ଦୀପ ପ୍ରଜ୍ୱଳନ ସହିତ ଧାର୍ମିକ ଓ ସେବା ଗତିବିଦ୍ଧି ମଧ୍ୟ ଆୟୋଜନ ହେବ।

ଏହି ଅବସରରେ ଅଖଣ୍ଡ ରାମାୟଣ ପାଠ, ବିଦ୍ୱାନ ଆଚାର୍ଯ୍ୟ ଓ ବ୍ରାହ୍ମଣଙ୍କ ସେବା ତଥା ୫ ହଜାରରୁ ଅଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ଓ ଆସହାୟଙ୍କ ନିମନ୍ତେ ‘ମହାଅନ୍ନଦାନ’ ବ୍ୟବସ୍ଥା ମଧ୍ୟ କରାଯିବ। ଏହି ସବୁ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ଏହି ପ୍ଲାଟଫର୍ମରେ କରାଯିବ। ଏହା ଦ୍ୱାରା ଦୀପୋତ୍ସବରେ ଶ୍ରଦ୍ଧାର ସହ ସେବା ଓ ସାମାଜିକ ସହଭାଗିତାର ଭାବ ମଧ୍ୟ ଯୋଡି ହେବ। ଦୀପୋତ୍ସବ ୨୦୨୬ରେ ପରମ୍ପରା ଓ ଆଧୁନିକ ଟେକ୍ନୋଲଜିର ସମନ୍ୱୟ ମଧ୍ୟ ଦେଖିବାକୁ ମିଳିବ। ଡିଜିଟାଲ ମାଧ୍ୟମରେ ଦୀପ ଅର୍ପଣର ବ୍ୟବସ୍ଥା ବିଶେଷ କରି ସେହି ବୟଷ୍କ, ଅସ୍ୱସ୍ଥ ଓ ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ହେବ ଯେଉଁମାନେ ନିଜେ ଅଯୋଧ୍ୟ ପହଞ୍ଚି ନ ପାରିବେ।

Also Read:ରାମକି ପୌଡୀରେ ଏ ବର୍ଷ ପ୍ରଜ୍ୱଳିତ ହେବ ୩୦ ଲକ୍ଷ ଦୀପ, ଦିପାବଳୀରେ ଝଲମଲ ହେବ ଅଯୋଧ୍ୟା