ଦିଗପହଣ୍ଡି ୩୦।୧୦: ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା ‘ଅର୍ଣ୍ଣବ’ । ଏହା ପ୍ରଭାବରେ ଭାସୁଛି ଗଞ୍ଜାମ ଓ ଗଜପତି । ବୁଡ଼ିଲା ବ୍ରହ୍ମପୁର ସମେତ ଅନେକ ସହର । ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ସାନଖେମୁଣ୍ଡି ବ୍ଲକ୍ ପଳାଶପୁର ବ୍ରିଜ୍ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ଦିଗପହଣ୍ଡିରୁ ଆସିକାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ସୂଚନା ଅନୁଯାୟୀ, ଗତ ତିନି ଦିନ ଧ ପଳାଶପୁର ବ୍ରିଜ୍ ଉପରେ ପ୍ରାୟ ୧୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ଜଳସ୍ରୋତ କମିବା ପରେ ବ୍ରିଜ୍ଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ବ୍ରିଜ୍ ଭାଙ୍ଗିଯିବା ଯୋଗୁଁ ଦିଗପହଣ୍ଡି-ଆସିକା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଏହାଦ୍ୱାରା ଉଭୟ ଅଞ୍ଚଳର ଲୋକଙ୍କ ଯାତାୟାତ ସହ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

Also Read:- ତପ୍ତପାଣି ଘାଟିକୁ ଯାଆନ୍ତୁନି ! ରାସ୍ତାରେ ଖସୁଛି ବଡ଼ବଡ଼ ପଥର

ସେପଟେ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ । ପ୍ରଥମେ ଆକାଶ ମାର୍ଗରୁ ଉଭୟ ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ଗଞ୍ଜାମ ଗସ୍ତରେ ଯିବେ । ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗରରେ ବନ୍ୟା ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, କେତେ ଘର ଭାଙ୍ଗିଛି, ତାହା ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ।

Watch Video: