ମୋହନା, ୩୦/୧୦ : କଳିଙ୍ଗା ଘାଟି ଭଳି ବିପଦରେ ଏବେ ଗଜପତି - ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟି l ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଏହି ଘlଟିର ବିଭିନ୍ନ ସ୍ଥାନରେ ପାହାଡ଼ ଧସିଛି । ଏହାସହ ବଡ଼ ବଡ଼ ପଥର ଖସି ଆସି ରାସ୍ତା ଉପରେ ପଡି ରହିଛି l

Also Read :- ହଠାତ ପାହାଡ଼ରୁ ଧସିଲା ବିରାଟ ପଥର : ଭାସିଗଲେ ଛେଳି-କୁକୁଡା, ସୃଷ୍ଟି ହୋଇଗଲା ୨୦୦ ଫୁଟର ଖାଲ

ତେବେ ପ୍ରବଳ ବର୍ଷା ଏବଂ ପଥର ଧସିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ଦେଖିବାକୁ ମିଳିଛି l ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁର ଠାରୁ ଦକ୍ଷିଣ ଓଡିଶାକୁ ଯାତାୟତ ପ୍ରଭାବିତ ହୋଇଛି l ବିପଦ ଆଶଙ୍କା ଥିବାରୁ ଗୁରୁବାର ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଏହି ଘାଟିକୁ ପ୍ରଶାସନ ସିଲ୍ କରିଥିଲା । ଏବେବି ଘାଟି ଅଞ୍ଚଳ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।