ଇସ୍ଲାମବାଦ: ପୁଣି ଆଫଗାନିସ୍ତାନ ଉପରେ ଆକ୍ରମଣ କଲା ପାକିସ୍ତାନ ସେନା। ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ ଆଣି ଆଫଗାନିସ୍ତାନର ୧୦ଟି ସ୍ଥାନରେ ପାକିସ୍ତାନ ଆକ୍ରମଣ କରିଛି। ଗରୁବାର ଭୋରରୁ ଏହି ଆକ୍ରମଣ କରାଯାଇଥିବା ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଅତଉଲ୍ଲାହ ତରାର ସୂଚନା ଦେଇଛନ୍ତି।

ପାକିସ୍ତାନ କହିଛି ଯେଉଁସବୁ ଅଞ୍ଚଳରୁ ଆପଗାନିସ୍ତାନ ଫାଇଟରମାନେ ଇସ୍ଲାବାଦ ଉପରେ ଡ୍ରୋନ ଆଟାକ୍ କରୁଥିଲେ କେବଳ ସେହି ସାଇଟ୍ଗୁଡ଼ିକୁ ଆଟାକ୍ କରାଯାଇଛି। ପାକିସ୍ତାନ ସେନା ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ସଠିକ ଯୋଜନା କରି ଓ ସୁନିୟୋଜିତ ଡଙ୍ଗରେ ଆବଶ୍ୟକ ଅନୁସାରେ ଆକ୍ରମଣ କରିଛି ବୋଲି ପାକିସ୍ତାନ ମନ୍ତ୍ରୀ ଅତଉଲ୍ଲାହ ତରାର କହିଛନ୍ତି ।

ଏହା ପୂର୍ବରୁ ଆଫଗାନିସ୍ତାନ ଉପରେ ଅନୁପ୍ରବେଶ ଓ ପ୍ରଥମେ ଆକ୍ରମଣ କରିବାର ଅଭିଯୋଗ ଆଣିଥିଲା ପାକିସ୍ତାନ। ତାଲିବାନ ଫୋର୍ସ ପାକିସ୍ତାନ ବର୍ଡର ପୋଷ୍ଟ ଉପରେ ୮ଟି ରୁଡିମେଣ୍ଟାରି ଡ୍ରୋନ ଏବଂ ଶେଲ୍ଡ ମାଡ଼ କରିଥିଲେ ବୋଲି କହିଥିଲା ପାକ ସେନା। ଆଉ ବର୍ତ୍ତମାନ ପାକିସ୍ତାନର ଆକ୍ରମଣ ତାର ଜବାବ ବୋଲି ଇସ୍ଲାମାବାଦ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଘଟଣାରେ ଖବର ଲେଖାଯିବା ସୁଦ୍ଧା ପାକିସ୍ତାନର ସଦ୍ୟ ଆକ୍ରମଣ ନେଇ ଆଫଗାନିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ହେଲେ ବୁଧବାର ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କିନ୍ତୁ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରିଥିଲେ। ଆଫଗାନ ତାଲିବାନ ବାହିନୀ ପାକିସ୍ତାନ ବିରୋଧରେ ଆକ୍ରମଣ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ତାଲିବାନ ସରକାର କହିଥଲେ।

Also Read- ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟକଲ ଭାଙ୍ଗି ଚୀନ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ଟ୍ରମ୍ପ, ଇଏ ସତ ଆନ୍ତରିକତା ନା ଛଳନା ?

ଏହି ନୂଆ ଘଟଣା ପୂର୍ବରୁ ସୋମବାର ମଧ୍ୟ ପାକିସ୍ତାନୀ ଯୁଦ୍ଧ ବିମାନ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ମିଲିଟାଣ୍ଟ ଆଡ୍ଡା ଉପରେ ଆକ୍ରମଣ ବୋଲି କହିଥିବାବେଳେ ଆଫଗାନ୍ କର୍ତ୍ତୃପକ୍ଷ ଅତି କମରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ୪ ଜଣ ଆହତ ହୋଇଥିବା କହିଥିଲେ। ଆଫଗାନିସ୍ତାନରେ ଥିବା ଜାତିସଂଘ ମିଶନ୍ ମଧ୍ୟ ନାଗରିକ ମୃତାହତ ହେବାର ସୂଚନା ଦେଇଥିଲା।

କେମିତି ହେବ ପାକିସ୍ତାନ-ଆଫଗାନିସ୍ତାନ ଶାନ୍ତି ?

ଏହି ନୂଆ ଘଟଣା ପୂର୍ବରୁ ସୋମବାର ମଧ୍ୟ ପାକିସ୍ତାନୀ ଯୁଦ୍ଧ ବିମାନ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ମିଲିଟାଣ୍ଟ ଆଡ୍ଡା ଉପରେ ଆକ୍ରମଣ ବୋଲି କହିଥିବାବେଳେ ଆଫଗାନ୍ କର୍ତ୍ତୃପକ୍ଷ ଅତି କମରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ୪ ଜଣ ଆହତ ହୋଇଥିବା ଅଭିଯୋଗ କରିଥିଲେ। ଆଫଗାନିସ୍ତାନରେ ଥିବା ଜାତିସଂଘ ମିଶନ୍ ମଧ୍ୟ ନାଗରିକ ମୃତାହତ ହେବାର ସୂଚନା ଦେଇଥିଲା।

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ଏହି ସଂଘର୍ଷ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ପାଇଁ ଚାଲିଥିବା ଉଦ୍ୟମକୁ ମଧ୍ୟ ପ୍ରଭାବିତ କରିପାରେ। ଚୀନ୍, ତୁର୍କୀ, କତାର ଓ ସାଉଦି ଆରବ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମାଇବା ପାଇଁ ମଧ୍ୟସ୍ଥତା କରୁଥିବା ବେଳେ ନୂଆ ଏୟାରଷ୍ଟ୍ରାଇକ୍ ପରିସ୍ଥିତିକୁ ଆହୁରି ଜଟିଳ କରିଛି।

ପାକିସ୍ତାନ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଛି ଯେ, ଆଫଗାନିସ୍ତାନ ମାଟିରୁ ତେହରିକ୍-ଇ-ତାଲିବାନ୍ ପାକିସ୍ତାନ (TTP) ସମେତ ମିଲିଟାଣ୍ଟ ଗୋଷ୍ଠୀମାନେ ପାକିସ୍ତାନ ଭିତରେ ଆକ୍ରମଣ କରୁଛନ୍ତି। ଆଫଗାନ୍ ତାଲିବାନ୍ ଏହି ଅଭିଯୋଗକୁ ଖଣ୍ଡନ କରୁଛି। ଏହି ପରସ୍ପର ବିରୋଧୀ ଦାବିଗୁଡ଼ିକୁ ସ୍ୱାଧୀନ ଭାବେ ଯାଞ୍ଚ କରିବା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରୁ ନାହିଁ। ଯେଉଁଥିପାଇଁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମଝିରେ ମଝିରେ ଏଭଳି ଯୁଦ୍ଧ ପରିସ୍ଥିତି ଉପୁଜିଛି।