ନୂଆଦିଲ୍ଲୀ ୨୩।୦୯; ବାପା ବଲିଉଡର ଷ୍ଟାର୍... ଆଉ ପୁଅଙ୍କ ନଜର ସିନେମା ପରଦା ଉପରେ ନୁହେଁ, ସୁଇମିଂ ପୁଲ୍ରେ! ଅଭିନେତା ଆର୍. ମାଧବନଙ୍କ ପୁଅ ବେଦାନ୍ତ ମାଧବନ। ଏସିଆନ୍ ଗେମ୍ସରେ କରିଛନ୍ତି ନିଜର ଡେବ୍ୟୁ। ୪x୨୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ଭାରତୀୟ ଟିମ୍ ଫାଇନାଲ୍ ଟିକେଟ୍ରୁ ବଞ୍ଚିତ ହୋଇଥିଲେ । କିନ୍ତୁ... ଏହା ଶେଷ ନୁହେଁ! ବେଦାନ୍ତଙ୍କ ପାଖରେ ଏବେ ବି ରହିଛି ବ୍ୟକ୍ତିଗତ ଇଭେଣ୍ଟରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ।

4x200 ମିଟର ଫ୍ରିଷ୍ଟାଇଲ ରିଲେର ଫାଇନାଲ କ୍ୱାଲିଫାଇ କରିବାରେ ବେଦାନ୍ତ ବିଫଳ ହୋଇ ଥିଲେ । ବେଦାନ୍ତ ଫ୍ରିଷ୍ଟାଇଲ ରିଲେରେ ୯ ନମ୍ୱରରେ ରହି ଥିଲେ । ସାଜନ ପ୍ରକାଶ , ଦକ୍ଷନ ଶଶିକୁମାର , ବେଦାନ୍ତ ମାଧ୍ୟବନ ଓ ଅନୀଶ ସୁନୀଲଙ୍କ ୪ଜଣ ମେମ୍ୱର ଥିବା ଟିମ୍ 7:24.3 ର ସମୟରେ ଏହାକୁ ପୂରା କରି ଥିଲେ । ମୋଟ ୧୩ ଟି ଦେଶ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତାରେ କେବଳ ଟପ୍ ୮ ହିଁ ଫାଇନାଲରେ ପହଞ୍ଚି ପାରିଛନ୍ତି । ଭାରତ ୯ମ ସ୍ଥାନରେ ରହିବାରୁ , ବାହାର ହୋଇ ଯାଇ ଥିଲା ।

ଯେଉଁଠି ବେଦାନ୍ତଙ୍କ ରିଲେ ହିଟ୍ସରେ ହିଁ ଶେଷ ହୋଇ ଗଲା , ସେଠାରେ ଶ୍ରୀହରି ନଟରାଜ ପୁରୁଷଙ୍କ ୫୦ ମିଟର ବ୍ୟାକଷ୍ଟ୍ରୋକ୍ ଫାଇନାଲରେ ପହଞ୍ଚି ସ୍ୱିମିଂରେ ଭାରତ ପାଇଁ ଭଲ ଫଳ ଦେଇଛନ୍ତି । ଅଭିନେତା ଆର୍ ମାଧବନ ନିଜର ଇନଷ୍ଚାଗ୍ରାମରେ ଏହି ଅପଡେଟ୍ ଦେଇ ଲେଖିଛନ୍ତି – ୦.୨ ପଏଣ୍ଟ ପାଇ ଫାଇନାଲରେ ସ୍ଥାନ ପାଇବାରୁ ବଞ୍ଚିତ ହେଲେ ଏବଂ ୦.୫ ରୁ ବେଷ୍ଟ ଇଣ୍ଡିଆନ ହେବାରୁ ରହି ଗଲେ । କହି ରଖୁଛୁ କି , ୨୧ ବର୍ଷୀୟ ବେଦାନ୍ତ ମାଧବନ୍ ଜାପାନର ଆଇଚି-ନାଗୋୟାରେ ଆୟୋଜିତ ଏସିଆନ୍ ଗେମ୍ସରେ ଭାଗ ନେଇ ଥିଲେ । ସେ ପୁରୁଷ ୪x୨୦୦ ମିଟର ଫ୍ରିଷ୍ଟାଇଲ୍ ସ୍ୱିମିଂ ରିଲେ ପ୍ରତିଯୋଗିତାରେ ଭାରତୀୟ ଦଳ ସହିତ ସନ୍ତରଣ କରି ଥିଲେ ।

ବେଦାନ୍ତଙ୍କ ଯାତ୍ରା ଏବେ ବି ଶେଷ ହୋଇ ନାହିଁ

ତେବେ ଏସିଆନ୍ ଗେମ୍ସରେ ବେଦାନ୍ତଙ୍କର ଏହି ଯାତ୍ରା ଏବେ ବି ଶେଷ ହୋଇ ନାହିଁ । ରିଲେ ରେସ୍ ପରେ ଏବେ ସେ ସେପ୍ଟେମ୍ବର ୨୩ରେ ହେବାକୁ ଥିବା ୨୦୦ ମିଟର ଫ୍ରିଷ୍ଟାଇଲ୍ ବ୍ୟକ୍ତିଗତ ପ୍ରତିଯୋଗିତା ଏବଂ ତା ସହ ୨୦୦ ମିଟର ବ୍ୟାକଷ୍ଟ୍ରୋକ୍ ମୁକାବିଲା ଉପରେ ନଜର ରଖିଛନ୍ତି । ବେଦାନ୍ତ ଏଥିରେ ସଫଳତା ପାଇ ପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ଅନ୍ୟପଟେ, ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ୍ ହିଟ୍ସରେ ମଧ୍ୟ ଭାରତ ପାଇଁ ଫଳାଫଳ ସେତେ ଭଲ ରହିନ ଥିଲା। ଆକାଶ ମଣି ନିଜ ହିଟରେ ଶୀର୍ଷରେ ରହି ଥିଲେ ମଧ୍ୟ ମୋଟ ୨୩.୪୩ ସେକେଣ୍ଡ ସମୟ ସହ ୨୬ତମ ସ୍ଥାନରେ ରହି ଥିଲେ । ଅନ୍ୟପଟେ ଗୀତେଶ ଶାହ ୨୩.୫୭ ସେକେଣ୍ଡ ସମୟ ନେଇ ୨୮ତମ ସ୍ଥାନରେ ରହି ଥିଲେ ।